୩୨୬ନମ୍ବର ଜାତୀୟ ରାଜପଥରେ ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ରାୟଗଡ,୨୦/୮: ରାୟଗଡ-କୋରାପୁଟ ୩୨୬ନମ୍ବର ଜାତୀୟ ରାଜପଥରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ ହୋଇଛି । ରାୟଗଡ ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ବାଇକ ଆରୋହୀଙ୍କ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

ମିଳିଥିବା ସୂଚନା ପ୍ରକାରେ ରାୟଗଡରୁ କାଶିପୁର ବ୍ଳକ ଦୋରାଗୁଡା ଠରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ଅଧୀନରେ ଥିବା ରଏ ବ୍ରଦର୍ସ ନାମକ ଏକ ଠିକା ସଂସ୍ଥାର କାର୍ଯ୍ୟରତ କର୍ମଚାରୀ ନବୀନ ବ୍ରହ୍ମା (୫୫) ନିଜ ବାଇକ ଯୋଗେ କର୍ମସ୍ଥଳକୁ ଆଜି ସକାଳୁ ଯାଉଥିବା ବେଳେ ମାଲକାନଗିରି ଜିଲ୍ଳାରୁ କରୋନା ରୋଗୀଙ୍କୁ ଭୁବନେଶ୍ୱର ଅଭିମୁଖେ ନେଇ ଯାଉଥିବା ଏକ ବଲେରୋ ଗାଡି ଆସୁଥିବା ସମୟରେ ରାୟଗଡ ଥାନା ଅଧିନସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜାପାଖାଲ ଗ୍ରାମ ନିକଟ ଏକ ବୁଲାଣି ରାସ୍ତାରେ ବଲୋରୋ ଓ ବାଇକ ଆରୋହୀ ମୁହାଁମୁହିଁ ଧକ୍କା ହୋଇଥିଲେ । ବାଇକ ଆରୋହୀ ନବୀନଙ୍କ ଘଟଣାସ୍ଥଳରେ ମୃତ ହୋଇଥିବା ବେଳେ ଖବର ପାଇ ରାୟଗଡ ଥାନା ପଂହଚିଥିଲେ । ବଲୋରୋ ଗାଡିରେ କରୋନା ରୋଗୀଙ୍କୁ ଉତ୍କଳ ଆଲୁମିନା କମ୍ପାନୀର ଆମ୍ବୁଲାନ୍ସ ଗାଡିରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଥିବା ବେଳେ ମୃତ ବାଇକ ଆରୋହୀଙ୍କ ଘର ବିହାରରେ ବୋଲି ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ Odiabarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.