ସାମ୍ବାଦିକ ସ୍ୱର୍ଗତଃ ତ୍ରିଲୋଚନ ମିଶ୍ରଙ୍କୁ ରାୟଗଡରେ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି

ରାୟଗଡ,୨୦/୮: ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ଠାରେ ଗୁରୁବାର ଦିନ ଗୁଡାରୀ ବ୍ଳକର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ତ୍ରିଲୋଚନ ମିଶ୍ର (୭୪)ଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ରାୟଗଡ ସହରର କାର୍ଯ୍ୟରତ ସାମ୍ବାଦିକମାନଙ୍କ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଞାପନ ପୂର୍ବକ ୨ମିିନିଟ୍ ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତଃ ଶ୍ରୀ ମିଶ୍ରଙ୍କ ଫୋଟଚିତ୍ରରେ ଉପସ୍ଥିତ ସାମ୍ବାଦିକମାନେ ଧୂପ ଓ ପଷ୍ପ ଅର୍ପଣ କରି ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

ଏହାପରେ ରାୟଗଡର ବରିଷ୍ଠ ସାମ୍ବାଦିକ ବାସୁଦେବ ପାତ୍ର, ବିଜୟ ମିଶ୍ର, ସୁରେଶ ମିଶ୍ର ପ୍ରମୁଖ ସ୍ୱର୍ଗତଃ ଶ୍ରୀ ମିଶ୍ରଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରାଇଥିଲେ । ଗତ ଅଗଷ୍ଟ ୧୫ତାରିଖ ରାତ୍ର ୯ଟା ସମୟରେ ଗୁଡାରୀ ସ୍ଥିତ ବାସଭବନରେ ସ୍ୱର୍ଗତଃ ଶ୍ରୀ ମିଶ୍ରଙ୍କ ଦେହାନ୍ତ ହୋଇଥିଲା । ସ୍ୱର୍ଗତଃ ଶ୍ରୀ ମିଶ୍ର ରାୟଗଡ ଜିଲ୍ଳା ସାମ୍ବାଦିକ ସଂଘର ଉପଦେଷ୍ଠା ଓ ରାଜ୍ୟ ଓୟୁଡବ୍ଳ୍ୟୁଜେ ସାମ୍ବାଦିକ ସଂଘର ରାୟଗଡ ଜିଲ୍ଳା ଶାଖାର ସାଧାରଣ ସଂପାଦକ ଭାବେ ନିଜ ଦାୟିତ୍ୱ ତୁଲାଇ ଆସୁଥିଲେ । ସେ ଶିକ୍ଷକତା ସାରି ସାମ୍ବାଦିକ ଭାବେ ନିଜ ଅବସର ଜୀବନ ବିତାଇ ସାମାଜିକ ବିକାଶ ଚିନ୍ତାଧାରାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ତାଙ୍କ ବିୟୋଗରେ ଗୁଡାରୀ ବ୍ଳକ ବଂଶଧାରା ସାମ୍ବାଦିକ ସଂଘ ତରଫରୁ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରାଯାଇଥିଲା ।

ରାୟଗଡ ଠାରେ ଅନୁଷ୍ଠିତ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରଶ୍ମିରଂଜନ ଦୋରା, ଗୋପରଂଜନ ବକ୍ସିପାତ୍ର, ଶିବ ନାରାୟଣ ଗଉଡ, ସଂଗ୍ରାମ ପଟ୍ଟନାୟକ, ମନୋଜ ସାହୁ, ରାଜେଶ ମହାନ୍ତି, ସନ୍ତୋଷ ଦଳେଇ,ସୁଶାନ୍ତ ପ୍ରଧାନ, ରାଜେନ୍ଦ୍ର ମିଶ୍ର, ରବିନ୍ଦ୍ର ପାଟ୍ଟଖଣ୍ଡାଳ, ଅଜୟ ରଥ, ମୃତ୍ୟୁଂଜୟ ନନ୍ଦଙ୍କ ସମେତ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତଃ ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ଫୋଟଚିତ୍ରରେ ପୁଷ୍ପ ଓ ଧୂପ ଦେଇ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.