ଅଗଷ୍ଟରେ ବଢୁଛି କରୋନା ଗ୍ରାଫ୍‌

୭ଦିନରେ ୯୨୮ ପଜିଟିଭ୍ ଚିହ୍ନଟ

ରାୟଗଡ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣରେ ଆଜିକୁ ୨୬୬୨, ସୁସ୍ଥ ହେଲେଣି ୧୪୪୭ଜଣ

ରାୟଗଡ,୨୦/୮: ରାୟଗଡ ଜିଲ୍ଳାରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟର ୨୯ଟି ଜିଲ୍ଳାକୁ ମହାମାରୀ କରୋନା ସଂକ୍ରମିତ କରିସାରିଥିବା ବେଳେ ଲକଡାଉନର ୩ମାସ ପରେ ଶେଷ ଜିଲ୍ଳା ଭାବେ ରାୟଗଡରେ ଗତ ଜୁନ ମାସ ୩ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଜଣେ ଯୁବତୀ ଚିହ୍ନଟ ହୋଇଥିଲେ । ଏହାପରେ ଏହି ସଂଖ୍ୟା ଏତେ ଦ୍ରୁତଗତିରେ ବୃଦ୍ଧି ପାଇବା ଆରମ୍ଭ କରିଛି ଯେ,ବର୍ତମାନ ଏହି ସଂଖ୍ୟା ୨୬୬୨ରେ ପଂହଚି ସାରିଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଛି । ବତର୍ମାନ ସୁଦ୍ଧା ୨୬୬୨ଜଣ ଚିହ୍ନଟଙ୍କ ମଧ୍ୟରେ ୧୪୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୯୮ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଳାରେ ରାପିଡ୍ ଆଂଟିଜେନ ଟେଷ୍ଟିଂ ବୃଦ୍ଧି କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ସମେତ ପଡୋଶୀ ଗଜପତି,କନ୍ଧମାଳ ଜିଲ୍ଳାକୁ ପଛରେ ପକାଇ ପଜିଟିଭ୍ ସଂଖ୍ୟାରେ ସର୍ବାଗ୍ରେ ରହିଛି ରାୟଗଡ ଜିଲ୍ଳା ଏବଂ ରାଜ୍ୟରେ ପଂଚମ ସ୍ଥାନରେ ରହିଛି । ରାୟଗଡ ଜିଲ୍ଳା ପ୍ରଶାସନର କୋଭିଡ ପରିଚାଳନା କମିଟି ଦ୍ୱାରା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ବ୍ୟବସ୍ଥାକୁ ଅବଲମ୍ବନ କରାଯାଉଛି । ଏଥିସହ ଜିଲ୍ଳାରେ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଲକଡାଉନ ଓ ସଟଡାଉନ ଘୋଷଣାକୁ ଗୁରୁତ୍ୱ ଦେଇ ଜିଲ୍ଳାରେ ଏହାକୁ କାର୍ଯ୍ୟକାରୀ କରିବା ସହ ଜିଲ୍ଳାବାସୀ କୋଭିଡ-୧୯ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ପ୍ରତ୍ୟେକ ସମୟରେ ନିବେଦନ କରିଆସୁଛନ୍ତି । ତଥାପି ଜିଲ୍ଳାରେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷେ ଜିଲ୍ଳାରେ କରୋନା ଯୋଦ୍ଧାମାନେ ନିୟମିତ ଭାବେ ଚିହ୍ନଟ ହେବାରେ ଲାଗିଛନ୍ତି । ଫଳରେ ୩୭୮ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇ ସାରିଲେଣି । ବର୍ତମାନ କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଚିନ୍ତାରେ ପଡିଗଲେଣି । ଗୁରୁବାର ଦିନ ରାୟଗଡ ଜିଲ୍ଳାରୁ ୧୦୫ଜଣ ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମିଳିଥିବା ସୂଚନା ପ୍ରକାରେ ଆଂଟିଜେନ ଟେଷ୍ଟିଂ କିଟ୍‌ରେ ପରୀକ୍ଷା ପରେ ୧୦୫ଜଣଙ୍କ ମଧ୍ୟରେ ୬୩ଜଣ ପୁରୁଷ ଓ ୪୨ଜଣ ମହିଳା ପଜିଟିଭ୍ ବାହାରିଛନ୍ତି । ସମସ୍ତ ୧୦୫ଜଣ ପଜିଟିଭ୍ ଚିହ୍ନଟମାନେ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୬୪ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡ ଜିଲ୍ଳାର ବିଷମକଟକ ଓ କାଶିପୁର ବ୍ଳକରୁ ଜଣେ ଲେଖାଁଏ ୨ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଗ୍ରାମାଂଚଳ ଓ ପୈାରାଂଚଳରୁ ୨ଜଣ ଲେଖାଁଏ ୪ଜଣ, କଲ୍ୟାଣସିଂହପୁର ଓ ପଦ୍ମପୁରରୁ ୧୯ଜଣ ଲେଖାଁଏ ୩୮ଜଣ, କୋଲନରାରୁ ୩, ମୁନିଗୁଡାରୁ ୧୪, ରାମନାଗୁଡାରୁ ୪ ଓ ରାୟଗଡ ପୈାରାଂଚଳରୁ ୧୧ ଏବଂ ଗ୍ରାମାଂଚଳରୁ ୨୯ଜଣ ଚିହ୍ନଟ ହୋଇଛନ୍ତି ବୋଲି ସିଡିଏମଓ ଡାକ୍ତର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ୨ଜଣଙ୍କ ଗସ୍ତ ତଥ୍ୟ ଜଣାପଡିଥିବା ବେଳେ ଆଇଏଲଆଇ/ସାରି ଲକ୍ଷଣ ରହିଥିବା ୫୭ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଗୁରୁବାର ପୁଣି ସ୍ୱାସ୍ଥ୍ୟ ବିଭାଗରୁ ୨ଜଣ ଓ ଶିକ୍ଷା ବିଭାଗରୁ ଜଣେ ମୋଟ ୩ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ନେଇ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.