ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଦିବସ ପାଳିତ

● ଅତିଥି କହିଲେ, କମଳାକାନ୍ତଙ୍କ କବିତା ସମଗ୍ର ପ୍ରକାଶ କରୁ ସାହିତ୍ୟ ଏକାେଡ଼ମୀ

ବାଲେଶ୍ବର,୨୧/୮(କୃଷ୍ଣ କୁମାର ମହାନ୍ତି): ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କର ୨୨ତମ ଶ୍ରାଦ୍ଧ ଦିବସ ସହର ଉପକଣ୍ଠ ଦରଖୁଳି (ସରସ୍ବତୀପୁର) ଠାରେ କୋଭିଡ୍ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

‘କମଳାକାନ୍ତ ସାହିତ୍ୟ ପରିଷଦ, ଭଦ୍ରକ’ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଏଥିରେ କବି ହରିଶ୍ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରଥମେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଶ୍ରାଦ୍ଧ ସଭାରେ ଡକ୍ଟର ଭାଗବତ ପ୍ରସାଦ ଦାସ ଏବଂ ଅଧ୍ୟାପକ ଡକ୍ଟର ବଂଶୀଧର ଚୌଧୁରୀ ଅତିଥି ଭାବରେ ଯୋଗ ଦେଇ କମଳାକାନ୍ତଙ୍କର ସମସ୍ତ ସଂକଳନକୁ ନେଇ ଏକ ଗ୍ରନ୍ଥାବଳୀ ପ୍ରକାଶ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏ ବାବଦରେ ଓଡ଼ିଶା ସାହିତ୍ୟ ଏକାେଡ଼ମୀକୁ ଅବଗତ କରିବା ପାଇଁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କବି ଶ୍ରୀଦେବ, ଗାଳ୍ପିକ ଗଙ୍ଗାଧର ବିଶ୍ବାଳ, କବି ଯଶୋଧାରା ଦାସ, କବି ରଂଜନ ବାଗ, କବି ଉତ୍ପଳ ମହାନ୍ତି, କବି ସୁନୀଲ ମିଶ୍ର, କବି କଳ୍ୟାଣୀ ଦାସ, ଅଧ୍ୟାପକ ଦିଲ୍ଲୀପ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିବଂଗତ କବି କମଳାକାନ୍ତଙ୍କ ସାହିତ୍ୟ କୃତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ପ୍ରାରମ୍ଭରେ କମଳାକାନ୍ତଙ୍କ ପୁତ୍ର କବି ସିତାଂଶୁ ଲେଙ୍କା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ପୁତ୍ରବଧୂ ହିମାଂଶୁବାଳା ଧନ୍ୟବାଦ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.