କରୋନା ଯୋଦ୍ଧାଙ୍କ ସୁରକ୍ଷା ଜରୁରୀ

୩୮୪ଜଣ କରୋନା ଯୋଦ୍ଧା ଆକ୍ରାନ୍ତ, ୨୨୫ ସୁସ୍ଥ ଓ ୧୫୯ ହେଉଛନ୍ତି ଚିକିତ୍ସିତ

ରାୟଗଡ,୨୧/୮: ମହାମାରୀ କରୋନା ସଂକ୍ରମଣ ରାୟଗଡ ଜିଲ୍ଳାର ପିଛା ଛାଡୁନି । ସପ୍ତାହକ ମଧ୍ୟରେ ଜିଲ୍ଳାରେ ୯୨୮ଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଶୁକ୍ରବାର ଦିନ ୧୫୪ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇ ଏହି ସଂଖ୍ୟା ମାତ୍ର ୮ ଦିନରେ ଏକ ହଜାର ଟପି ସାରିଛି । ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିନ୍ତା ପ୍ରକଟ କରି ସପ୍ତାହକ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ କରିବାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ୧୫୪ ଜଣ ଚିହ୍ନଟ ପରେ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୬ ରେ ପଂହଚିଛି । ଏହି ୧୫୪ଜଣଙ୍କ ମଧ୍ୟରେ ୯୮ ଜଣ ପୁରୁଷ ଓ ୫୬ ମହିଳା ଆକ୍ରାନ୍ତ ରହିଥିବା ନେଇ କୋଭିଡ ପରିଚାଳନା ଜିଲ୍ଳା ନୋଡାଲ ଅଧିକାରୀ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ଜିଲ୍ଳାରେ ମୋଟ ୨୮୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୪୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୩୧୦ ଜଣ ଜିଲ୍ଳାର ତାଡମା, ବିଷମକଟକ, ଗୁଣପୁର କୋଭିଡ କେୟାର ଓ ଜେକେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ସମସ୍ତ ଚିହ୍ନଟ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି ଏବଂ ୧୧୧ଜଣ ଆଇଏଲଆଇ/ସାରି ଲକ୍ଷଣରୁ ଓ ୧୨୫ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଥିବା ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି । ସେହିପରି ଚିହ୍ନଟଙ୍କ ୫ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ଫଳରେ ଜିଲ୍ଳାରେ ୩୮୪ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୨୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୯ଜଣ ଚିକିତ୍ସିତ ହେଉଛନ୍ତି । ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ନିଶ୍ଚିତ ଭାବେ ତାଲିକାରେ କରୋନା ଯୋଦ୍ଧାମାନେ ଚିହ୍ନଟ ହେଉଥିବାରୁ ପ୍ରଥମେ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।

ଜିଲ୍ଳାର ଚନ୍ଦ୍ରପୁର ବ୍ଳକରୁ ୩୪, ଗୁଡାରୀରୁ ୨୩, ରାୟଗଡ ପୈାରାଂଚଳରୁ ୨୨ ଓ ଗ୍ରାମାଂଚଳରୁ ୧୫, କାଶିପୁରରୁ ୨୧, ପଦ୍ମପୁରରୁ ୧୪, ଗୁଣପୁରୁ ଗ୍ରାମାଂଚଳରୁ ୧୦ ଓ ପୈାରାଂଚଳରୁ ୫, ରାମନାଗୁଡାରୁ ୯ ଏବଂ କଲ୍ୟାଣସିଂହପରୁ ବ୍ଳକରୁ ଜଣେ ମୋଟ ୧୫୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଳା ପ୍ରଶାସନର କୋଭିଡ ପରିଚାଳନା କମିଟି ତରଫରୁ ଜିଲ୍ଳାର ୩୧ଟି ସ୍ଥାନରେ ସ୍ୱାବ ଟେଷ୍ଟିଂ ପାଇଁ ରାପିଡ୍ ଆଂଟିଜେନ ଟେଷ୍ଟିଂକୁ ପ୍ରଧାନ୍ୟ ଦିଆଯାଇଥିବାରୁ ଲକ୍ଷଣ ଲୁଚାଉଥିବା ଲୋକଙ୍କ ପଜିଟିଭ୍ ବାହାରି ପାରିଛି । ଯଦ୍ୱାରା ପଜିଟିଭ୍ ଚିହ୍ନଟ ଦ୍ୱାରା କରୋନା ସଂକ୍ରମଣକୁ ରୋକିବାରେ ପ୍ରଶାସନକୁ ଆହୁରି ସୁବିଧା ହୋଇପାରୁଛି । ତେବେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ନେଇ ଭୟଭୀତ ନ ହୋଇ ଆଂଟିଜେନ ଟେଷ୍ଠିଂ ପାଇଁ ଜିଲ୍ଳାବାସୀ ସହଯୋଗ କରି ଆଗେଇ ଆସିବା ପାଇଁ ଶ୍ରୀ ଋତୁରାଜ ନିବେଦନ କରିଛନ୍ତି ଏବଂ ଦୋକାନୀ, ପରିବା ବ୍ୟବସାୟୀ, କ୍ଷୀର ବାଲା, ବାରିକ ଆଦି ବ୍ୟବସାୟୀମାନେ ସିଧାସଳଖ ଲୋକଙ୍କ ଯୋଗାଯୋଗକୁ ଆସୁଛନ୍ତି ତେଣୁ ସେମାନଙ୍କୁ ଖୁବ ଶୀଘ୍ର ସ୍ୱାବ ଟେଷ୍ଟିଂ କରିବା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.