କଳାହାଣ୍ଡି,୨୧/୮: ଗତ ୧୯ ତାରିଖ ଦିନ ରାପିଡ ଆଣ୍ଟିଜେନ ଟେଷ୍ଟରେ ଏହି ବ୍ଲକର ରାଜପୁର ପଞ୍ଚାୟତରେ ଦୁଇଜଣ ପ୍ରବାସୀ ଓଡିଆଙ୍କର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ରାଜପୁର ସ୍ଥିତ କୋଭିଡ କେୟାର ସେଣ୍ଟେର (ସି.ସି.ସି) ଠାରେ ରଖାଯାଇଛି । ଏ ନେଇ କର୍ଲାମୁଣ୍ଡା ସି.ଏଚ.ସି. ର ଆୟୁଷ ଡାକ୍ତର ଶିଖିଧ୍ଵଜ ପଟେଲ, ଏ.ଏନ.ଏମ. ଜ୍ୟୋତିର୍ମୟୀ କୁମାର ଉକ୍ତ ସି.ସି.ସି. କୁ ଯାଇ ସେମାନଙ୍କୁ କିପରି ସୁରକ୍ଷିତ ଭାବେ ରହିବେ ଓ କୋଭିଡ ମାର୍ଗଦର୍ଶିକା ଅନୁସରଣ କରିବେ ସେ ନେଇ ପରାମର୍ଶ ଦେଇଥିଲେ । ଏହି ସମୟରେ ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ରଣା ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in