ପର୍ଯ୍ୟବରଣ ଦିବସରେ ଭାରତୀୟ ମଜଦୁର ସଂଘର ବୃକ୍ଷରୋପଣ

ରାୟଗଡ: ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ସ୍ବର୍ଗତଃ ମାନନୀୟ ଦତ୍ତପନ୍ତ ଥେଙ୍ଗେଡୀ ଜି ଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତି ବର୍ଷ ଅଗଷ୍ଟ ୨୮ ତାରିଖକୁ ପର୍ଯ୍ୟବରଣ ଦିବସ ରୂପେ ସାରା ଦେଶରେ ପାଳନ କରାଯାଉଅଛି । ଏହି କ୍ରମରେ ରାୟଗଡ ଜିଲ୍ଲା ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଳକରେ ଏହି ପର୍ଯ୍ୟବରଣ ଦିବସ ପାଳନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାୟଗଡା ସହରର ସିରିଗୁଡା ସ୍ଥିତ ସ୍ୱର୍ଗଧାମ ଠାରେ ୧୫୦ଟି, ବାରିଝୋଲ୍ଲା ରାସ୍ତାରେ ୨୦ ଟି, ଜେକେ କାଗଜ କଳ ରାସ୍ତାରେ ୪୫ ଟି, ପିପିଲିଗୁଡା ରାସ୍ତାରେ ୫୮ ଟି ଓ ସମସ୍ତ ବ୍ଲକ ଠାରେ ସମୁଦାୟ ୨୨୦୦ଟି ଵୃକ୍ଷ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅତିଥି ଭାବେ ସମାଜ ସେବୀ ପ୍ରଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ସମାଜସେବୀ ସତ୍ୟବାଦୀ ପତି, ସମାଜସେବୀ ତଥା ବରିଷ୍ଟ ସାମ୍ବାଦିକ ବାଦଲ କୁମାର ତା, ରାୟଗଡା ଜିଲ୍ଲା ଆମ୍ବୁଡ୍ସମେନ ଶ୍ରୀମତୀ ବିଦୁଲତା ହୁଇକା, ସିରିଗୁଡା ସ୍ୱର୍ଗଧାମର ତଦାରଖ ଦାୟିତ୍ଵରେ ଥିବା ସ୍ଵେଚ୍ଛାସେବୀ ଶିକ୍ଷକ ଟି . ଈଶ୍ୱର ରାଓ ଅତିଥିଭାବେ ଯୋଗଦେଇଥିଲେ ।

ଏହି ପର୍ଯ୍ୟବରଣ ଦିବସକୁ ଏକ ସାର୍ବଜନୀନ ପର୍ବ ଭାବରେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନସଚେତନ ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଓ ଏହି ଉଦ୍ୟେଶ୍ୟରେ ଆଜି ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରାଯାଇଛି ବୋଲି ସଭାପତି ଯୋଗେଶ୍ୱର ଦାସ ପ୍ରକାଶ କରିଥିଲେ । ସ୍ଵଛ, ନିର୍ମଳ, ଓ ପ୍ରଦୂଷଣ ମୁକ୍ତ ଭାରତ ଗଠନ ଦିଗରେ ପ୍ରତ୍ୟେକ ମନୁଷ୍ୟ ସମାଜ କାର୍ଯ୍ୟ କରିବା ଉଚିତ । ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ନିମନ୍ତେ ଯେତିକି ଚିନ୍ତିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ସେତିକ ଚିନ୍ତିତ । ପରିବେଶ ସଂରକ୍ଷଣ ନିମନ୍ତେ ସମାଜର ପ୍ରତେକ ବ୍ୟକ୍ତିଙ୍କର ସହଯୋଗର ଆବଶ୍ୟକ ରହିଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ ପ୍ରକାଶ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଙ୍ଘ ସହ ସଂଲଗ୍ନ ବିଭିନ୍ନ ସଂଗଠନର ପ୍ରତିନିଧି ମାନେ ଯୋଗ ଦେବା ସହ ସଂଘର କାର୍ଯ୍ୟକର୍ତ୍ତା କେ.କେ.ଜେନା , ଶ୍ରୀମତୀ ଉଷାରାଣି ଦାସ, ,ମନୋରମା ବେନିୟା, ରମେଶ କିଲାନା , ରବି ଗୈାଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସଂଘର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ ଧନ୍ୟବାଦ ଜଣାଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.