ନବ ନିର୍ମିତ ରାସ୍ତାରେ କାଦୁଅ ଭର୍ତ୍ତି: ଦୁଇ ମାସରେ ବେହାଲ, ଚାଲି ଚାଲି ବି ଯାଇହେଉନି

ଲାଞ୍ଜଗଡ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ତଥା ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁ କୁ ସହର ସହ ଯୋଡିବା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ବର୍ଷା ହେଲେ ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡୁଛନ୍ତି।

ସୂଚନା ମୁତାବକ ବ୍ଲକ ମୁଖ୍ୟାଳୟ ତିନି ଶହରୁ ଅଧିକ ଲୋକ ବସବାସ କରୁଥିବା ବିଶ୍ୱନାଥପୁର ପଞ୍ଚାୟତର ଦାରପଟା ଓ ଭିର୍କାପଡାର ଗ୍ରାମର ରାସ୍ତା। ପୂର୍ବରୁ ପାଦ ଚଲା ରାସ୍ତା ଥିଲେ ମଧ୍ୟ ଜାନବାହାନ ଯାତାୟତ ପାଇଁ ଅସୁବିଧା ଯୋଗୁଁ ପଞ୍ଚାୟତ ତଥା ବ୍ଲକରେ ବାରମ୍ବାର ଅଭିଯୋଗ ପରେ ଚଳିତ ବର୍ଷ ୨୦୨୦-୨୧ରେ ଏହି ରାସ୍ତା ଏମଜିଏନଆରଇଜିଏରେ ୫ ଲକ୍ଷ୍ୟ ଅଟକଳ ମୂଲ୍ୟରେ ନୂତନ ଭାବେ କାର୍ଯ୍ୟ ହୋଇଥିଲା। କିନ୍ତୁ ନିମ୍ନ ମାନର କାମ ଯୋଗୁଁ ରାସ୍ତାରେ ଠିକ୍ ଭାବରେ ମାଟି ଓ ମୁରୁମ ବିଛାଯାଇ ନଥିଲା। ଯାହା ଫଳରେ ଦୁଇ ମାସ ନପୁରୁଣୁ କାଦୁଅ ପଚପଚ ଯୋଗୁଁ ଯୋଗାଯୋଗରୁ ବିଛିନ୍ନ ହୋଇ ରହିଛନ୍ତି ଗ୍ରାମବାସୀ। ଏହି ଗାଁ ରାସ୍ତା ଏପରି ହୋଇଛି ଯେ ଚାଲି ଚାଲି ଯିବା କଷ୍ଟକର ହୋଇ ପଡୁଛି।ଏପରିକି ଗାଁକୁ ଆମ୍ବୁଲାନ୍ସ ଆସିନ ପାରିବା ଯୋଗୁଁ ରୋଗୀ, ଗର୍ଭବତୀ, ପ୍ରସୂତି ମହିଳା ତଥା ପଞ୍ଚାୟତକୁ ବୃଦ୍ଧ, ବୃଦ୍ଧା ଭତ୍ତା ଓ ପିଡିଏସ୍ ଚାଉଳ ଆଣିବା ପାଇଁ ଲୋକେ ନାହିଁନ ଥିବା ଅସୁବିଧା ଭୋଗୁଛନ୍ତି।

ଗ୍ରାମରେ କିଛିଦିନ ତଳେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସାନିଟାଇଜର କରିବା ପାଇଁ ଗାଁକୁ ଅଗ୍ନିଶମ ବିଭାଗର ଦମକଳ ଯାଇ ନ ପାରିବା ଯୋଗୁଁ ବିଶୋଧନ ହୋଇ ପାରିନଥିଲା। ଫଳରେ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଓ ପୋଲିସ ପ୍ରଶାସନ ଚାଲି ଚାଲି ଗାଁକୁ ଯାଇଥିଲେ।

ଏନେଇ ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ, ଦାରପଟା ଓ ଭିର୍କାପଡାବାସୀ ଜରୁରୀକାଳୀନ ଭିତ୍ତିରେ ଏହି ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.