ଓଭରବ୍ରିଜ ନା ମରଣଯନ୍ତା, ଜାତୀୟ ରାଜପଥ ବିଭାଗୀୟ କର୍ତୁପକ୍ଷ କାହିଁକି ନୀରବଦ୍ରଷ୍ଟା ???

ରାୟଗଡ: ୩୨୬ ନମ୍ବର ଜାତୀୟ ରାଜପଥରେ ରହିଛି ବ୍ୟସ୍ତବହୁଳ ରାୟଗଡ ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ । ତେବେ ଓଭରବ୍ରିଜ ରାସ୍ତା ଏବେ ପାଲଟି ଗଲାଣି ମରଣଯନ୍ତା । ଗତ ୧ ମାସ ତଳେ ହୋଇଥିଲା ମରାମତି କାମ ହେଲେ ଏବେ ଭରିଗଲାଣି ଖାଲଖମାରେ । ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ରାୟଗଡ ସହରବାସୀ ହେଲେଣି ହନ୍ତସନ୍ତ । ତଥାପି ସବୁଜାଣି ଶୁଣି ଚୁପ ବସି ନୀରବ ଦ୍ରଷ୍ଟା ସାଜିଛନ୍ତି ଜାତୀୟ ରାଜପଥ ଉପ-ବିଭାଜନ ରାୟଗଡରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ତୁପକ୍ଷମାନେ ବୋଲି ଅଭିଯୋଗ ହେଉଛି । ବିଭାଗୀୟ କର୍ତୁପକ୍ଷମାନଙ୍କ ଉପସ୍ଥିତିରେ ହିଁ ଠିକାଦାର ଗତ ମାର୍ଚ୍ଚ ମାସରେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଭରବ୍ରିଜ ରାସ୍ତାର ମରାମତି କାର୍ଯ୍ୟକୁ ସଂପୂର୍ଣ୍ଣ କରିଥିଲେ । ତେବେ ମାତ୍ର ୩ ମାସ ନ ପୂରୁଣୁ ରାସ୍ତାଟି ଖାଲଖମା ଭରି ହୋଇଥିଲା । ଯାହାକୁ ନେଇ ଠିକାଦାରଙ୍କ ନିମ୍ନମାନର କାମର ଉଦାହରଣ ଦେଖା ଦେଇଥିଲା । ବିଭାଗୀୟ କର୍ତୁପକ୍ଷ ରାସ୍ତାର ବେହାଲ ଅବସ୍ଥାକୁ ଦୃଷ୍ଟିରେ ରଖି ଖାଲଖମାକୁ ପିଚୁରେ ପୋତି ପ୍ୟାଚ କାର୍ଯ୍ୟ ଗତ ଜୁଲାଇ ମାସ ୭ ତାରିଖରେ ପୁଣି ଥରେ କରିଥିଲେ । କିନ୍ତୁ ଉକ୍ତ କାମ ମଧ୍ୟ ନିମ୍ନମାନର ହୋଇଥିବାରୁ ଏକ ମାସ ନ ପୁରୁଣୁ ପୁଣି ଥରେ ପୋତି ହୋଇଥିବା ଖାଲଖମା ଆଁ କରି ବାହାରକୁ ଦେଖାଗଲାଣି । ଏପରିିକି ଚଳିତ ବର୍ଷ ବର୍ଷା ପରିମାଣ ମଧ୍ୟ ବହୁତ କମ ରହିଥିବା ବେଳେ ରାସ୍ତାରୁ ପିଚୁ ଉଠିବା ଠିକାଦାର ଓ କର୍ତୁପକ୍ଷଙ୍କ ମଧୁଚନ୍ଦ୍ରିକାକୁ ଜଣାଇ ଦେଉଛି । ଅପରପକ୍ଷେ ଠିକାଦାର ଜଣଙ୍କୁ ଡକାଯାଇ ଯଥାଶୀଘ୍ର ଓଭରବ୍ରିଜର ପୁନଃ ମରାମତି କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏବଂ ବର୍ଷା କମିଲେ ଠିକାଦାର ଜଣଙ୍କ କାମ ଆରମ୍ଭ କରିବ ବୋଲି ଜାତୀୟ ରାଜପଥ ବିଭାଗ ଏସଡିଓ ପ୍ରଶାନ୍ତ କୁମାର ପାତ୍ର ଫୋନ ଯୋଗେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ସହରର କପିଳାସ ଛକ ଠାରୁ ଆରମ୍ଭ ହୋଇ ତହସିଲ ଛକ ପର୍ଯ୍ୟନ୍ତ ୪୦୦ ମିଟରରେ ଥିବା ଏହି ଓଭରବ୍ରିଜଟି ବର୍ତମାନ ବଡ ବଡ ଗାତରେ ପରିପୂର୍ଣ୍ଣ ହୋଇଛି । ଗାତଗୁଡିକରୁ ଲୁହାଛଡ ଦିଶୁଛି । ଅନେକ ସ୍ଥାନରେ ଲୁହାଛଡ ଭାଙ୍ଗି ଉପରକୁ ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି । ଓଭରବ୍ରିଜ ପାଶ୍ୱର୍ରେ ଅନାବନା ଗଛଗୁଡିକ ବଢିବାରେ ଲାଗିଛି । ସେହିପରି ବ୍ରିଜର ତଳ ପାଶ୍ୱର୍ ଅବସ୍ଥା ମଧ୍ୟ ଅତି ଶୋଚନୀୟ ହୋଇ ପଡି ରହିଛି । ରାୟଗଡ ସହରବାସୀ ପାଇଁ ଲାଇଫଲାଇନ ପାଲଟିଥିବା ଏହି ଓଭରବ୍ରିଜ ପୁରୁଣା ରାୟଗଡ ଓ ନୂଆ ରାୟଗଡ ମଧ୍ୟରେ ଏକ ସଂପର୍କର ସେତୁ ଭଳି ରହିଛି । ସେହିପରି ରାୟଗଡ ସହରରେ ଥିବା ଏହି ଓଭରବ୍ରିଜ ଦେଇ ଆନ୍ଧ୍ର, ତେଲଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, କେରଳ ସହ ପଡୋଶୀ କୋରାପୁଟରୁ ମାଲକାନଗିରି ଏବଂ ଛତିଶଗଡ, ଝାରଖଣ୍ଡ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟ ଏବଂ ଆନ୍ତଃ ରାଜ୍ୟରୁ ବହୁ ମାଲବାହୀ ଭାରିଯାନ ଓ ଯାତ୍ରୀବାହୀ ବସ ଗାଡି ଗୁଡିକ ଏହି ଓଭରବ୍ରିଜ ଦେଇ ଯାଇ ଚଳାଚଳ କରୁଛନ୍ତି । ଶିଳ୍ପାଂଚଳ ରାୟଗଡ ଜିଲ୍ଳାର ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ସହ କଳାହାଣ୍ଡିର ବେଦାନ୍ତ ଆଲୁମିନା ଭଳି ପ୍ରମୁଖ ୪ଟି ଶିଳ୍ପ କମ୍ପାନୀକୁ ପ୍ରତିଦିନ ଶହ ଶହ ସଂଖ୍ୟକ ଭାରିଯାନ ଏହି ଓଭରବ୍ରିଜ ଦେଇ ଚଳାଚଳ କରୁଛି । ତେବେ ଓଭରବ୍ରିଜ ରାସ୍ତାର ରକ୍ଷାଣବେକ୍ଷଣ ଓ ମରାମତି ନାମରେ ଲକ୍ଷାଧିକ ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରାଯାଉଥିବା ବେଳେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସୁଥିବାରୁ ଏହି ଓଭରବ୍ରିଜର ସ୍ଥାୟୀ ସମାଧାନ ପାଇଁ ଜାତୀୟ ରାଜପଥ ବିଭାଗ କର୍ତୁପକ୍ଷ ପଦକ୍ଷେପ ନେବା ପାଇଁ ସହରବାସୀ ଦାବି କରୁଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.