ରାୟଗଡ: ରାୟଗଡ ପୈାରପାଳିକା ଆନୁକୂଲ୍ୟରେ ଅଗଷ୍ଟ ୩୧ତାରିଖରେ ଅଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୦ ନିରାଡମ୍ବରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ରାୟଗଡ ପୈାରସଂସ୍ଥା କାର୍ଯ୍ୟାଳୟରେ ସକାଳ ସାଢେ ୮ଟା ସମୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଉପସ୍ଥିତ ରହିଥିବା ବେଳେ ଜିଲ୍ଳାପାଳ ତଥା ପୈାର ପ୍ରଶାସକ ପ୍ରମୋଦ କୁମାର ବେହେରା ଓ ପୈାରସଂସ୍ଥା କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା ।
ରାୟଗଡ ପୈାରାଂଚଳର ସମସ୍ତ ୱାର୍ଡବାସୀଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ସହିତ ରାୟଗଡ ସହରକୁ ଏସ ସୁସ୍ଥ, ସବୁଜ ଓ ପରିଚ୍ଛନ୍ନ ସହର ଭାବେ ଗଢି ତୋଳିବା ସହ ପୈାରାଂଚଳରେ ରହୁଥିବା ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ସମସ୍ତ ଯୋଜନାରେ ଅର୍ନ୍ତଭୁକ୍ତ କରି ଉପକୃତ କରାଇବା ଏବଂ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ । ସେହିପରି ରାୟଗଡ ସହରବାସୀଙ୍କୁ କୋଭିଡ ବିପତି ସମୟରେ କରୋନା ଯୋଦ୍ଧା ସାଜି ସହରକୁ ସୁସ୍ଥ ରଖିବାରେ ପୈାର ସଂସ୍ଥାର ସମସ୍ତ କର୍ମଚାରୀମାନେ ଗୁରୁ ଦାୟିତ୍ୱ ନେଇଥିବାରୁ ବିଧାୟକ ଶ୍ରୀ ମୁଦୁଲି ପୈାରସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ରାୟଗଡ ପୈାରାଂଚଳର ୨୪ଟି ୱାର୍ଡରେ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ଆଦି ମୈାଳିକ ସୁବିଧା ଯୋଗାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ଏଥିସହ କରୋନା କଟକଣା ମଧ୍ୟରେ ପୈାରସଂସ୍ଥା ତରଫରୁ ନିୟମିତ ଭାବେ ସହରକୁ ସ୍ୱଚ୍ଛ, ପରିଚ୍ଛନ ଓ ପରିଷ୍କାର ରଖାଯିବା ପାଇଁ କର୍ମଚାରୀମାନେ ନିଜ ଦାୟିତ୍ୱ ତୁଲାଇଛନ୍ତି ଏବଂ କୋଭିଡ ମାର୍ଗଦର୍ଶିକା ଅନୁସରଣ କରିବା ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ ଜିଲ୍ଳାପାଳ ଶ୍ରୀ ବେହେରା ।
ପୈାର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ବାର୍ଷିକ ବିବରଣୀ ପଠନ କରି ନଗରରେ ରହୁଥିବା ସାଧାରଣ ଜନତାଙ୍କୁ ମୈାଳିକ ସୁବିଧା ଅତି ସହଜରେ ଉପଲବ୍ଧ କରିବା ପାଇଁ ପୈାର ପରିଷଦ ପକ୍ଷରୁ କାର୍ଯ୍ୟ ତୁଲାଉ ଯାଉଥିବା ବୋଲି କହିଥିଲେ । ସେହିପରି ସମସ୍ତ ଅତିଥିମାନେ ପୈାରସଂସ୍ଥା ପକ୍ଷରୁ ସହରବାସୀଙ୍କୁ ସମସ୍ତ ମୈାଳିକ ସୁବିଧା ସହ ସହରକୁ ବିକାଶ କ୍ଷେତ୍ରରେ ପୈାରସଂସ୍ଥାର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରକାଶ କରିଥିଲେ । ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ତତ୍ୱାବଧାନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱାୟତ ଶାସନ ଦିବସ ଅବସରରେ ଶ୍ରେଷ୍ଠ ସ୍ୱଚ୍ଛସାଥୀ ଭାବେ ସ୍ୱଚ୍ଛସାଥୀ ୱାଇ.ଶ୍ରୀଦେବୀ, ଜୟନ୍ତୀ ମହାନନ୍ଦିଆ ଓ ପି.କ୍ରିଷ୍ଣାବେଣୀ, ଶ୍ରେଷ୍ଠ ପୈାର ପରିଷଦ କର୍ମଚାରୀ ଭାବେ ଉପେନ୍ଦ୍ର ମାଝି, ସମାପିକା ପାତ୍ର, ଦେବସ୍ମିତା ପାଣିଗ୍ରାହୀ ଓ ସୁନ୍ଦରରାଓ ମିଣିଆକା, ଶ୍ରେଷ୍ଠ ଟିକସ ସଂଗ୍ରାହକ ଭାବେ ଭି.ଭେଙ୍କଟ ରାଓ, ଶ୍ରେଷ୍ଠ ଗାଡିଚାଳକ ରୂପେ ସୀତାରାମ ଖୁରା, ଶ୍ରେଷ୍ଠ ଜମାଦାର ଭାବେ କାଶି ବୈଦ, ଶ୍ରେଷ୍ଠ ପୁରୁଷ ଝାଡୁଦାର ଭାବେ ମଣି ଶଗଡିଆ ଓ ମହିଳା ଝାଡୁଦାର ଭାବେ ଜେ.ପଦ୍ମା ଏବଂ ଶ୍ରେଷ୍ଠ ୱାର୍ଡ ଅଫିସର ଭାବେ ଆଦିତ୍ୟ ନାରାୟଣ ଗଉଡଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଏହି ଅବସରରେ ଏକ ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସିଲା ଜ୍ୟୋସ୍ନା ପ୍ରଥମ, ପି.ନାଗମଣି ଦ୍ୱିତୀୟ ଓ ଉମା ବିଡିକା ଓ ହରପ୍ରିୟା ପ୍ରଧାନୀ ତୃତୀୟ ସ୍ଥାନ ଅଧିକାରୀ କରି ପୁରସ୍କୃତ ହୋଇଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ OdiaBarta.in