ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଟ୍ରକ : ଜଣେ ଆହାତ, ଡ୍ରାଇଭର ଥାନାରେ ଅଟକ

ରାୟଗଡ: ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ବର୍ତି ଯାଇଛି ବହୁମୂଲ୍ୟ ଜୀବନ । ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିପଡିଛି ଏକ ଅଦା ବୋଝେଇ ଟ୍ରକ । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ସ୍ଥାନୀୟ ପୋଲିସ ପଂହଚି ଆହାତମାନଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଥାନାରେ ଅଟକ ଥିବା ଜଣାପଡିଛି । ରାୟଗଡ ଥାନା ଅଧୀନସ୍ଥ କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଗୁମ୍ମାଘାଟିରେ ଘଟିଛି ଏହି ଦୁର୍ଘଟଣା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ କୁମ୍ଭିକୋଟା ଫାଣ୍ଡି ଏସ.ଆଇ.ଶ୍ରୀ ସାଗରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଆଜି ଅପରାହ୍ନରେ ଲାଂଜିଗଡରୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକଲକୁ ବେଦାନ୍ତ ହସ୍ପିଟାଲର ଏକ ଆମ୍ବୁଲାନ୍ସ (ଓଡି୦୨ଏଲ-୯୮୨୯)ରେ ଜଣେ ରୋଗୀଙ୍କ ସହ ତାଙ୍କ ସଂର୍ପକୀୟ ଓ ଆମ୍ବୁଲାନ୍ସ ଡ୍ରାଇଭର ଓ ଏଟେଣ୍ଡର ୪ଜଣ ଯାଉଥିବା ବେଳେ କୋରାପୁଟରୁ ଭାୟା ରାୟଗଡ ଦେଇ ଯାଉଥିବା ଏକ ଅଦା ବୋଝେଇ ଟ୍ରକ (ଓଡି୦୨ ଏଏଚ-୧୨୨୯) ଗୁମ୍ମା ଘାଟିରୁ ଓହ୍ଳାଉଥିବା ସମୟରେ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସର ଦକ୍ଷିଣ ପାଶ୍ୱର୍ରେ ଜୋରରେ ଧକ୍କା ଦେଇ କିଛି ଦୂର ଆଗକୁ ଯାଇ ଓଲଟି ପଡିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ଜଣେ ଗୁରୁତର ଆହାତ ହୋଇଥିଲେ ।

Udyog Nursery
Udyogi Nursery

ଖବର ପାଇ ଦୁର୍ଘଟଣାସ୍ଥଳକୁ କୁମ୍ଭିକୋଟା ଫାଣ୍ଡି ଅଧିକାରୀ ଏସ.ଆଇ.ଶ୍ରୀ ସାଗର ପଂହଚିଥିବା ବେଳେ ରାୟଗଡରୁ ଆମ୍ବୁଲାନ୍ସ ପଂହଚି ଆହାତଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ପୁଣି କୋରାପୁଟ ଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.