ରାୟଗଡ ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ସଭାପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାୟଗଡ: ରାୟଗଡ ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅନନ୍ତଚରଣ ରଥଙ୍କୁ ସୋମବାର ଦିନ ସ୍ଥାନୀୟ ବିଦ୍ୟୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାୟଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାମନ୍ତରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ରଥଙ୍କ ଶିକ୍ଷା ଓ ଶିକ୍ଷକ ସମାଜ ପ୍ରତି ଅବଦାନ ବିଷୟରେ ସ୍ମୃତି ଚାରଣ କରିବା ସହ ଉପଢୋକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଶିକ୍ଷକ ଶ୍ରୀ ରଥ ଦୀର୍ଘ ୩୪ବର୍ଷ କାଳ ଶିକ୍ଷକତା କରିଥିଲେ । ସେ ବାପୁଜୀ ନଗର, ରାଜପୁର ଓ ବିଦ୍ୟୁତ କଲୋନୀ ବିଦ୍ୟାଳୟରେ ଚାକିରି କରି ଶିକ୍ଷାର ବିକାଶ ନିମନ୍ତେ ଚେଷ୍ଠା ଜାରି ରଖିଥିଲେ । ଏହାବ୍ୟତିତ ସେ ଶିକ୍ଷକ ସମାଜର ଉନ୍ନତି ପାଇଁ ୨୫ବର୍ଷ କାଳ ସଂଘୀୟ କାଯ୍ୟଁରେ ନିଜକୁ ନିୟୋଜିତ ରଖିଥିଲେ । ରାୟଗଡ ବ୍ଳକର ବ୍ଳକ ସଭାପତି ପଦବୀରୁ ନିଜର ନେତୃତ୍ୱ ଆରମ୍ଭ କରି ଦଶବର୍ଷରୁ ଉର୍ଦ୍ଧକାଳ ଜିଲ୍ଳା ଶିକ୍ଷାକ ସଂଘର ଅପ୍ରତିଦ୍ୱନ୍ଦୀ ଜିଲ୍ଳା ସଭାପତି ଭାବେ କାର୍ଯ୍ୟ ସଂପାଦନା କରିଥିଲେ । ଜିଲ୍ଳାର ଶିକ୍ଷକ ସଂଘର ତରଫରୁ ଶ୍ରୀ ରଥଙ୍କୁ ସ୍ୱପତ୍ନୀକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।


କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସଂଘ ନିର୍ଦ୍ଦେଶ କ୍ରମେ ପରବର୍ତୀ ନିର୍ବାଚନ ପର୍ଯ୍ୟନ୍ତ ଶ୍ରୀ ରଥ ଜିଲ୍ଳା ସଂଘ ସଭାପତି ପଦ ତୁଲାଇବା ନିମନ୍ତେ ଜିଲ୍ଳା ସଂଘ ତରଫରୁ ପ୍ରସ୍ତାବ ଗୃହିତ ହୋଇଛି । ବ୍ଳକ ଶିକ୍ଷାଧିକାରୀ ଶ୍ରୀ ସାମାନ୍ତରାଏ ଶିକ୍ଷକ ଶ୍ରୀ ରଥଙ୍କୁ ଚାକିିରିରୁ ଅବସରକାଳୀନ ଆଦେଶପତ୍ର ସହ ପ୍ରଭିଜନାଲ ପେନସନ ମଂଜରୁ ପତ୍ର ହସ୍ତାନ୍ତର କରିଥିଲେ । ଶିକ୍ଷକ ଉତ୍ତମ ଜେନା, ମନୋରମା ଜାକାକା, ରଶ୍ମୀ ଓ ସରୋଜିନୀ ପାଢୀ ଆଦି ବିଦ୍ୟାଳୟ ସହ କର୍ମକର୍ତା ଶ୍ରୀ ରଥଙ୍କ ଅବସରରେ ଦୁଃଖ ପ୍ରକାଶ କରିଛନ୍ତି ।

ଏହି ବିଦାୟକାଳୀନ ସଭାରେ ଏବିଇଓ ୱାଂରାହୀ ଶବର, ଜିଲ୍ଳା ସଂପାଦକ ପ୍ରକାଶ ପାଣିଗ୍ରାହୀ, ବ୍ଳକ ସଂଘ ସଭାପତି ରାଜକିଶୋର ସାହୁ,ଜିଲ୍ଳା ସଂଗଠନ ସଂପାଦକ ଶରତ ମାଦଳା, ରାଜ୍ୟ ସଂଘ ସଂପାଦକ ଦାଶରଥୀ ରାଜଗୁରୁ, ତ୍ରିପତି ପଣ୍ଡା, ଶିବରାମ ମିଶ୍ର, ନରେଶ ସିଂହ, ନୀଳାଂଚଳ ମିଶ୍ର ଓ ଅନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ରହିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.