ଅଗଷ୍ଟ ଶେଷରେ ପଜିଟିଭ୍ ସଂଖ୍ୟାରେ ଲାଗିଛି ବ୍ରେକ୍

ଜିଲ୍ଳାରେ ୪୮୩୬ ଆକ୍ରାନ୍ତ , ୩୭୫୮ ସୁସ୍ଥ, ୨୫ମୃତ

ରାୟଗଡ: ରାୟଗଡ ଜିଲ୍ଳା ପ୍ରଶାସନ ଆକଳନ ପ୍ରକାରେ ଅଗଷ୍ଟ ମାସରେ ପଜିଟିଭ୍ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇଥିଲା । ଚଳିତ ମାସ ମଧ୍ୟରେ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ସୁସ୍ଥତା ହାର ମଧ୍ୟ ବେଶ ଭଲ ରହିଥିଲା । ତେବେ ଅଗଷ୍ଟ ମାସର ଶେଷ ଦୁଇ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବ୍ର୍ରେକ । ଏହି ଦୁଇ ଦିନରେ ମାତ୍ର ୬୭ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୩୬ରେ ପଂହଚିଥିବା ବେଳେ ୩୭୫୮ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୦୫୪ଜଣ ହୋମ କ୍ୱାରେନଟାଇନ ଓ ବିଭିନ୍ନ କୋଭିଡ କେୟାର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମଙ୍ଗଳବାର ଦିନ ୧୩ଜଣ ଚିହ୍ନଟଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୬ଜଣ ମହିଳା ଆକ୍ରାନ୍ତ ରହିଛନ୍ତି ବୋଲି ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମିଳିିଥିବା ସୂଚନା ପ୍ରକାରେ ୧୨ ଜଣ ହୋମ କ୍ୱାରେନଟାଇନ ଓ ଜଣେ ଟିଏମସି କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଳାର କୋଲନରା, କଲ୍ୟାଣସିଂହପୁର, ବିଷମକଟକ, ଚନ୍ଦ୍ରପୁର, ଗୁଡାରୀ, ଗୁଣପୁର, ରାମନାଗୁଡା, ରାୟଗଡ ଆଦି ୮ ଟି ବ୍ଳକକୁ ବାଦ ଦେଲେ ମୁନିଗୁଡାରୁ ୬, କାଶିପୁରରୁ ୫ ସମେତ ପଦ୍ମପୁର ବ୍ଳକ ଓ ରାୟଗଡ ପୈାରାଂଚଳରୁ ଜଣେ ଲେଖାଁଏ ମୋଟ ୧୩ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୮ଜଣ କଂଟାକ୍ଟ ଟ୍ରେସିଂରୁ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୬ଜଣ ଚିହ୍ନଟ ହୋଇଛନ୍ତି ବେଳେ ୨ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ଯାହାକୁ ମିଶାଇ ଜିଲ୍ଳାରେ ମୋଟ ୫୪୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୪୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୩୪ଜଣ ଚିକିତ୍ସିତ ହେଉଛନ୍ତି ବୋଲି ସିଡିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.