ପ୍ରଶାସନିକ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ଜାଣନ୍ତୁ କିଏ ହେବେ ନୂଆପଡାର ନୂତନ ଜିଲ୍ଲାପାଳ

ନୂଆପଡା: ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀଙ୍କ ମହଲ ରେ ବଡ଼ ଧାରଣ ର ଅଦଳ ବଦଳ କରିଛନ୍ତି। ଏହି ଅଦଳ ବଦଳରେ ନୂଆପଡା ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁଙ୍କ ବଦଳରେ ଶ୍ରୀମତୀ ସ୍ଵଧା ଦେବ ସିଂଙ୍କୁ ନୂତନ ଦାଇତ୍ୱ ଦିଆ ଯାଇଛି। ପୂର୍ବରୁ ଶ୍ରୀମତୀ ସିଂ ମୟୁରଭଞ୍ଜ ଜିଲ୍ଲାରେ ଏ.ଡି.ଏମ. ଭାବେ ଦାଇତ୍ୱ ତୁଲାଇ ଆସୁଥିଲେ।

ସର୍ବ ଭାରତୀୟ ସ୍ତରରେ ୬୬ ରେଙ୍କ ହୋଲଡ଼ର ୨୦୧୪ ବେଚ ର ଆ.ଏ.ଏସ. ଶ୍ରୀମତୀ ସିଂ ନୂଆପଡା ଭଳି ଏକ ଉପାନ୍ତ ଓ ମାଓ ପ୍ରବଣ ଜିଲ୍ଲାରେ କିଭଳି ଭାବେ ଲୋକଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବେ ତାହାକୁ ନେଇ ଜିଲ୍ଲାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଜିଲ୍ଲାରେ ଦାଦନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ, ରୋଜଗାର ଉଚିତ ବିଦ୍ୟୁତ ସେବା ଓ କୃଷି ଭଳି ଅନେକ ତୃଣମୂଳ ସ୍ତର ରେ ସମସ୍ୟା ଅଛି।

ଏସବୁକୁ ବାଦ ଦେଲେ ଜିଲ୍ଲାବାସୀ ସରକାରଙ୍କ ଅନେକ ଯୋଜନାରୁ ସଚେତନ ନ ଥିବା ଯୋଗୁଁ ଅନେକ ସମୟରେ ସରକାରୀ ଅଧିକାରୀଙ୍କ ଠାରୁ ଶୋଷିତ ହେଉଥିବାର ମଧ୍ୟ ନଜରରେ ଆସିଛି। ତାହା ସିନାପାଲି ବ୍ଲକର କିରାସିନି ଘୋଟଲା ହେଉ ନ ହେଲେ ଚକୁଟିଆ ଭୁଂଜିଆଙ୍କ ପାଇଁ ହେଉଥିବା ସରକାରୀ ଯୋଜନାରେ ହଳଦୀ, କୁକୁଡ଼ାର ଦୁର୍ନୀତି ଅଭିଯୋଗ ହେଉ। ତେବେ ନୂଆପଡାର ପୂର୍ବତନ ଜିଲ୍ଲପାଳ ଶ୍ରୀମତୀ ସାହୁଙ୍କୁ ଉପ ସଚିବ ଜଳ ସମ୍ପଦ ବିଭାଗ (ଓଡିଶା ସରକାର) ରେ ବଦଳି ହୋଇଅଛି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.