ମରଣଯନ୍ତା ପାଲଟିଛି ଭବାନୀପାଟଣା-ପୋଖରିବନ୍ଧ ରାସ୍ତା

୪ଟି ଆମ୍ବୁଲାନ୍ସ ସହିତ ଶହଶହ ଗାଡି ଅଟକ, ରୋଗୀଙ୍କ ସହିତ ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଜ୍ୟ ରାଜପଥ-୬ ଭବାନୀପାଟଣା-ପୋଖରିବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରେ ବ୍ୟାପକ ଖାଲଖମା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।ଆଜି ସକାଳେ ୯ ଘଣ୍ଟା ସମୟରେ ଭବାନୀପାଟଣା ଠାରୁ ରାୟଗଡା ଯାଉଥିବା ଗୋଟିଏ ମାଲ ପରିବହନ ଟ୍ରକ(ଏପି-୦୫ଟିଏନ ୦୯୩୯)ମୁଖ୍ୟ ରାସ୍ତାର ମଙ୍ଗଳା ମନ୍ଦିର ନିକଟସ୍ଥ ନୁତନ ଭାବେ କାର୍ଯ୍ୟ ଆରମ୍ଭ ହୋଇଥିବା ଏକ କଲଭଟରେ ଖସି ଯିବା ଫଳରେ ପ୍ରାୟ ୬ ଘଣ୍ଟା ଧରି ମୁଖ୍ୟ ରାସ୍ତା ଉପରେ ଶହ ଶହ ଗାଡି ଫସି ରହିଥିବା ବେଳେ ଦୁଇ ଗୋଟି କ୍ଷୀର ଗାଡି ଓ ୪ ଗୋଟି ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଥିବା ବେଳେ ରୋଗୀ ବହୁ ଅସୁବିଧାର ସମ୍ଭୁଖିନ ହୋଇଥିଲେ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟସ୍ଥ ମେଦିନିପୁର ଛକଠାରୁ ଛତିକୁଡ଼ା ଦେଇ ରାୟଗଡା ସୀମାନ୍ତ ଲାଞ୍ଜିଗଡ଼ ବ୍ଲକର ପୋଖରୀବନ୍ଧ ଛକ ପର୍ଯ୍ୟନ୍ତ ୩୬ କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତା ରହିଛି। ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ପ୍ରାୟ ୧୮ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା।ବର୍ତ୍ତମାନ ଏହି ରାସ୍ତାରେ ବହୁ ଖାଲଖମା ଯୋଗୁଁ ଏହା ଯାତ୍ରୀ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି।ପ୍ରତିଦିନ ଶହଶହ ଭାରିଯାନ ଟ୍ରକ, ଟ୍ୟାଙ୍କର ଓ ମାଲ ବୋଝେଇ ଗାଡି ଗୁଡିକ ଯାତାୟତ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ଦବି ଯାଇଛି।ଅନେକ ଜାଗାରେ ଖାଲ ଯୋଗୁଁ ଯାତ୍ରୀମାନେ ଦୁର୍ଘଟଣାର ଶମ୍ଭୁଖିନ ହେଉଛନ୍ତି।ବର୍ତ୍ତମାନ ୩୮ କୋଟି ଟଙ୍କାର ଟେଣ୍ଡର ରାସ୍ତା ମରାମତି ପାଇଁ ଚୂଡାନ୍ତ ହୋଇଥିବା ବେଳେ ରାସ୍ତା ନିର୍ମାଣ ମନ୍ଥର ଗତିରେ ଚାଲିଥିବା ଯୋଗୁଁ ମାସ ମାସ ଧରି ମରାମତି କାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଫଳରେ ଜନ ଅସନ୍ତୁଷ୍ଟ ଦେଖାଦେଇଛି। ଏନେଇ ଜିଲ୍ଲା ପିଡବ୍ଲୁଡ଼ ଏକ୍ସୟୁଟିଭ ଯନ୍ତ୍ରୀ ଅଜିତ ବାବୁଙ୍କ କହିବା ଅନୁଯାୟୀ କିଛି ମାସ ହେଲା ଠିକାଦାର ଜଗଦୀଶ ବଂଶଲଙ୍କୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଦିଆଯାଇଛି।

ଦୁଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସମୟ ସୀମା ରହିଛି।କିନ୍ତୁ ରାସ୍ତାରେ ହଜାର ହଜାର ଭାରିଯାନ ଓଭର ଲୋଡ଼ ନେଇ ଯାଉଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ରାସ୍ତା ଦୁଇ ପାର୍ଶ୍ୱରେ ଅଧିକାଂଶ ସ୍ଥାନରେ ଜଙ୍ଗଲ ଯୋଗୁଁ ବାଇପାସ ରାସ୍ତା ପାଇଁ ମଧ୍ୟ ସମ୍ଭବ ହେଉନାହିଁ ବୋଲି ପ୍ରକାଶ କରିଥିଲେ। କିପରି ଅତିଶୀଘ୍ର ରାସ୍ତା ନିର୍ମାଣ ହୋଇ ପାରିବ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

କଳାହାଣ୍ଡି ପ୍ରତିନିଧି କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.