ମାତିଛି ହାତୀ, କାନ୍ଦୁଛି ଚାଷୀ

ଏକର ଏକର ଚାଷ ଉଜାଡିଦେଲେ ବଣୁଆ ହାତୀ

ନର୍ଲା: ନର୍ଲା ବ୍ଲକ କୁରମେଲ ପଂଚାୟତର ନବୋଦୟ ବିଦ୍ୟାଳୟ ନିକଟସ୍ଥ ଚପଟଖଣ୍ଡା ଗ୍ରାମରେ ଗତ ରାତିରେ କୋଡିଏ /ତିରିଶି ବଣୁଆ ହାତୀ ଆସି ପ୍ରାୟ କୋଡିଏ ଏକରରୁ ଅଧିକ ଚାଷ ଜମିରେ ପଶି ଚାଷୀ ମାନେ କରିଥିବା ଧାନ, କପା ଓ କାନ୍ଦୁଲ ଚାଷକୁ ଦଳି ଚକଟି ନଷ୍ଟ କରିଦେଇ ଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି।

ଏଥିରେ ଚପଟଖଣ୍ଡା ଗ୍ରାମର ଭୁଜନ ମାଝୀ, ବୀରେନ୍ଦ୍ର ନାଏକ, ଗଣେଶ ମାଝି, ମଦନ ନାଏକ, ଭକ୍ତ ମାଝୀ, ନରେନ୍ଦ୍ର ନାଏକ, ଜଗବନ୍ଧୁ ନାଏକ, ରାଇଗୁରୁ ମାଝୀ, ମଗଶିର ମାଝୀ, ଗୌର ମାଝୀ, ଓ ତପି ମାଝୀ ଚାଷୀ ଗଣ ବିଶେଷ କ୍ଷତି ଗ୍ରସ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଥିବା ସହ ସରକାର ଏହାର ତଦନ୍ତ କରି ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.