ବିହାରରୁ ତାମିଲନାଡୁ ଯାଉଥିବା ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ

୮ଜଣ ଶ୍ରମିକ ଗୁରୁତର

ରାୟଗଡ: ୩୨୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ଏକ ଘରୋଇ ବସ । ଫଳରେ ବସରେ ଯାତ୍ରା କରୁଥିବା ୮ଜଣ ଗୁରୁତର ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି ଓ ଅନ୍ୟମାନେ ସାମାନ୍ୟ ଆହାତ ହୋଇଥିବାରୁ ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । ଏ ନେଇ ମିିଳିଥିବା ସୂଚନା ପ୍ରକାରେ ତାମିଲନାଡୁ ରାଜ୍ୟର ତ୍ରିଚୁର ସହରର ଏକ ବସ (ପିୱାଇ ୦୧ବିଏ-୪୫୯୯)ଟି ବିହାର ଓ ଓଡିଶା ଦୁଇଟି ରାଜ୍ୟରୁ ଦାଦନ ଶ୍ରମିକଙ୍କୁ ନେବା ପାଇଁ ଗତ ଦୁଇ ଦିନ ତଳେ ବିହାରରୁ ୨୩ ଓ ଓଡିଶାର ସୁନ୍ଦରଗଡ ଓ ବୈାଦ୍ଧ ଜିଲ୍ଳାରୁ ୪୩ ମୋଟ ୬୫ଜଣ ଶ୍ରମିକଙ୍କୁ ନେବା ପାଇଁ ଆସିଥିଲା । ଗତ ଦୁଇ ଦିନର ଯାତ୍ରା କରି ବସଟି ଗୁରୁବାର ଅପରାହ୍ନରେ ରାୟଗଡ ଜିଲ୍ଳାର ଗୁମ୍ମା ଗ୍ରାମ ଅତିକ୍ରମ କରୁଥିବା ବେଳେ ବ୍ରେକ ଫେଲ ହେବାରୁ ଡ୍ରାଇଭର ସମସ୍ତଙ୍କ ଜୀବନ ବଂଚାଇବାକୁ ଯାଇ ଗାଡିଟିକୁ ରାସ୍ତା କଡରେ ଓଲଟାଇ ଦେଇଥିବା ନେଇ ବସରେ ବସିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି । ଫଳରେ ବହୁ ଶ୍ରମିକଙ୍କ ଜୀବନ ବଂଚିଯାଇଥିବା ବେଳେ ମାତ୍ର ୭ରୁ ୮ଜଣ ଶ୍ରମିକଙ୍କୁ କିଛି ଗୁରୁତର ଆହାତ ହୋଇଛନ୍ତି ।

ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ କୁମ୍ଭିକୋଟା ଫାଣ୍ଡିକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ କୁମ୍ଭିକୋଟା ଫାଣ୍ଡି ଅଧିକାରୀ ପିତାମ୍ବର ଶବର ପଂହଚିବା ପରେ ରାୟଗଡ ଥାନାକୁ ସେ ଅବଗତ କରାଇ ଅଧିକ ପୋଲିସ ସହାୟତା ମାଗିଥିଲେ ଏବଂ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବାହାନ ମହାନନ୍ଦ, କୈଳାସ ମହାନନ୍ଦ, ଗୋରେଖ ମହାନନ୍ଦ, ଉଜ୍ଳଳ କୁମାର, ରବି ପାସବାନ ସମେତ ଅନ୍ୟ ଶ୍ରମିକମାନେ ଗୁୁରୁତର ଆହାତ ହୋଇଥିବା ଜଣାପଡିଛି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.