କୋକସରା: ଭୂମିହୀନ ତଥା ବାସହୀନ ପରିବାର ସଦସ୍ୟ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କ ମୁଣ୍ଡାଗୁଞ୍ଜିବା ନିମନ୍ତେ ସରକାର ବସୁନ୍ଧରା ଯୋଜନା ମାଧ୍ୟମରେ ୪ ରୁ ୮ ଡେସମିଲ ଘରବାରି ଜମିପଟ୍ଟା ଯୋଗେଇ ଦେବାର ବ୍ୟବସ୍ଥା ରହିଛି।
ଏହି ଯୋଜନାର ସଫଳ ରୂପାୟନ ପୂର୍ବକ ଆଜି କୋକସରା ତହସିଲ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ଦିବାକର ଟିଏସଙ୍କ ତତ୍ୱାବଧାନରେ କୋକସରା ତହସିଲଦାର ମନୋଜ ପାଢ଼ୀ, ରାଜସ୍ବ ପରିଦର୍ଶକ କାର୍ତ୍ତିକ ସୁନାଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ମୋଟେର ଓ ଡାଳଗୁମା ପଞ୍ଚାୟତର ୨୨ ଜଣ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ପଟ୍ଟା ପାଇଥିବା ସମସ୍ତ ହିତାଧିକାରୀ ଖୁସିବ୍ୟକ୍ତ କରି ସରକାରଙ୍କ ବସୁନ୍ଧରା ଯୋଜନାକୁ ପ୍ରଶଂସା କରି ଅଗାମୀ ଦିନରେ ଅନେକ ଭୂମିହୀନ ସ୍ଥାୟୀ ବସବାସରେ ସନ୍ତୁଷ୍ଟ ହେବେ ବୋଲି ପ୍ରକାଶ କରିଥିଲେ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in