ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ଦାବି ମାଧ୍ୟମରେ ଉତ୍ଥାପନ କଲା ଭାରତୀୟ ମଜଦୁର ସଂଘ

ଲାଞ୍ଜିଗଡ଼: ଭାରତୀୟ ମଜଦୁର ସଂଘ ଲାଞ୍ଜିଗଡ଼ ବ୍ଲକ ପକ୍ଷରୁ ଶ୍ରମିକ ସମସ୍ୟାର ସମାଧାନ ନିମନ୍ତେ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ଦାବି ଅନୁସାରେ ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୂପ ନିଯୁକ୍ତି/କର୍ମସଂସ୍ଥାନ ଯୋଗାଇ ଦିଆଯାଉ। ହସ୍ପିଟାଲ କର୍ମଚାରୀଙ୍କ ଭଳି ସମସ୍ତ ମହିଳା କରୋନା ଯୋଦ୍ଧା ଅଙ୍ଗନବାଡି କର୍ମଚାରୀ ଓ ଆଶା କର୍ମଚାରୀ ଇତ୍ୟାଦିକୁ ଦୈନିକ ୫୦୦ ଟଙ୍କା କରୋନା ସହାୟତା ଭତ୍ତା ପ୍ରଦାନ କରାଯାଉ। ଅର୍ଥାଭାବ ଦର୍ଶାଇ କୌଣସି ଠିକା/କଣ୍ଟ୍ରାକଚୁଆଲ କର୍ମଚାରୀଙ୍କୁ ଛଟେଇ କରାନଯାଉ ଓ ବନ୍ଦ ଥିବା ସମସ୍ତ ସରକାରୀ ନିଯୁକ୍ତି ତୁରନ୍ତ କରାଯାଉ। ନିର୍ମାଣ ଶ୍ରମିକ, ବିଡ଼ି ଶ୍ରମିକ, ଟ୍ୟାକ୍ସି ଓ ରିକ୍ସା ଚାଳକ, ସ୍ବରୋଜଗାରୀ ଓ ଉଠା ଦୋକାନି ଆଦି ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟରେ ମାସିକ ଦୁଇ ହଜାର ଟଙ୍କା କରୋନା ସହାୟତା ରାଶି ପ୍ରଦାନ କରାଯାଉ ଓ ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜିକରଣ କରାଯାଉ ବୋଲି ଭାରତୀୟ ମଜଦୁର ସଂଘ ଲାଞ୍ଜିଗଡ଼ ବ୍ଲକ ସଭାପତି ପୁରାଣା ମାଝୀ, ସମ୍ପାଦକ ସୁକ୍ରୁ ମାଝୀ, ଜିଲ୍ଲା କର୍ମଚାରୀ ସଭାପତି ବିଶ୍ୱରଞ୍ଜନ ସା,ସନ୍ୟାସୀ ପ୍ରଧାନ, ତ୍ରିନାଥ ନାଏକ ଓ ଦୁଶାଶନ ନାଏକ ପ୍ରମୁଖ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.