୨୫ ବର୍ଷରେ ପଦାର୍ପଣ କଲା ‘ତାଳପଦେଶ୍ବରୀ ସାହିତ୍ୟ ଆସର’

● ‘ଅନ୍-ଲାଇନ୍’ରେ ଉଦ୍‌ଘାଟିତ ହେଲା ରୌପ୍ୟ ଜୟନ୍ତୀ ସମାରୋହ

● ବାଲେଶ୍ଵରରୁ ସଂଚାଳନା କଲେ ପ୍ରଫେସର ଦେବାଶିଷ ପାତ୍ର

ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୃଜନଶକ୍ତିର ବିକାଶ ଦିଗରେ କାର୍ଯ୍ୟରତ ‘ତାଳପଦେଶ୍ବରୀ ସାହିତ୍ୟ ଆସର’ ଚଳିତ ମାସ ୧୦ ତାରିଖରେ ପଚିଶ ବର୍ଷରେ ପଦାର୍ପଣ କରିଛି। କରୋନା ସମୟରେ ସଭା ସମିତି ଆୟୋଜନ ନିଷିଦ୍ଧ ହୋଇଥିବାରୁ ଆସରର ରୌପ୍ୟ ଜୟନ୍ତୀ ବର୍ଷର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଅନ୍ ଲାଇନ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

ପଚିଶ ବର୍ଷ ତଳେ ଜଣେ ଛାତ୍ର ଭାବେ ଆସରର ପ୍ରଥମ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବର୍ତ୍ତମାନର ଫକୀରମୋହନ ବିଶ୍ବବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର୍ ଡକ୍ଟର ଦେବାଶିଷ ପାତ୍ର ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମକୁ ବାଲେଶ୍ବରରେ ଥାଇ ସଂଚାଳନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ଆସରର ଉପଦେଷ୍ଟା ପ୍ରଫେସର୍ ସଂଘମିତ୍ରା ମିଶ୍ର ଓ ପ୍ରଫେସର୍ ବିଷ୍ଣୁପ୍ରିୟା ଓତା, ଉତ୍କଳ ବିଶ୍ବବିଦ୍ୟାଳୟ ପିଏମ୍ଆଇଆର ବିଭାଗର ପ୍ରଫେସର୍ ସନ୍ତୋଷ ତ୍ରିପାଠୀ, ଉତ୍କଳ ବିଶ୍ବବିଦ୍ୟାଳୟ ଅଫିସର୍ ସଂଘର ପୂର୍ବତନ ସଭାପତି ବିଶିଷ୍ଟ ଲେଖକ ଡକ୍ଟର ବିରାଜ ମୋହନ ଦାସ ପ୍ରମୁଖ ଅଂଶଗ୍ରହଣ କରି ଏତେ ବର୍ଷ ପର୍ଯ୍ୟନ୍ତ ଆସରକୁ ଚଳାଇ ରଖିଥିବାରୁ ଆନନ୍ଦ ବ୍ୟକ୍ତ କରିବା ସହିତ ସଦସ୍ୟ, ସଦସ୍ୟାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ସଭାପତି ଶତ୍ରୁଜିତ୍ ସ୍ବାଗତ ଭାଷଣ ଦେଇ ରୌପ୍ୟ ଜୟନ୍ତୀ ଉଦ୍‌ଯାପନ କାର୍ଯ୍ୟକ୍ରମ ବେଳେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ସର୍ବଶ୍ରୀ ପ୍ରସନ୍ନ ପଣ୍ତା, ଦିଲୀପ ଦଳେଇ, ମହେଶ୍ବର ପାଡ଼ୀ, ଶୀତଳ ପାଳବାବୁ, ସୁଦର୍ଶନ ମିଶ୍ର, ବିନ୍ଦୁଲତା ଷଣ୍ଢ, ସତ୍ୟଜିତ୍ ଦାଶ, ଅରବିନ୍ଦ ବିଶ୍ବାଳ, ସିମରନ ମହାପାତ୍ର, କାହ୍ନୁଚରଣ ଯେନା, ଶୈଳେନ୍ଦ୍ର ଯେନା, ସୁଧାଂଶୁ ସାହୁ ଓ ସହଦେବ ବେହେରାଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ବହୁ ପୁରାତନ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କ ପାଠପଡ଼ା ସମୟରେ ଆସରରେ ବିତାଇଥିବା ସ୍ମୃତି ରୋମନ୍ତ୍ରନ କରି ଭାବବିହ୍ବଳ ହୋଇ ପଡ଼ିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଗଣେଶ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.