ରାଷ୍ଟ୍ରିୟ ସମ୍ମାନ ସହ କରୋନା ଯୋଦ୍ଧା ଥାନା ଆଇଆଇସିଙ୍କ ଶେଷକୃତ୍ୟ ସଂପନ୍ନ

ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଜିଲ୍ଳା ଏସ.ପି.

ରାୟଗଡ: ମହାମାରୀ କରୋନା ସଂକ୍ରମଣରେ ରାୟଗଡ ଜିଲ୍ଳା କବଳିତ ହୋଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଲୋକଙ୍କ ଜୀବନକୁ ବଂଚେଇବା ପାଇଁ ନିସ୍ୱାର୍ଥପର ସେବା ଯୋଗାଇ ଆସୁଥିବା କରୋନା ଯୋଦ୍ଧାମାନେ ମଧ୍ୟ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଓଡିଶା ପୋଲିସର ରାୟଗଡ ଜିଲ୍ଳା ମୁନିଗୁଡା ଥାନାର ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ଦେହୁରୀଙ୍କ କରୋନାରେ ଗତ ଗୁରୁବାର ଦିନ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ପରିବାର ବର୍ଗ ଓ ପୋଲିସଙ୍କ ଉପସ୍ଥିତିରେ ବ୍ରହ୍ମପୁର ଠାରେ ତାଙ୍କୁ ଶୁକ୍ରବାର ଦିନ ରାଷ୍ଟ୍ରିୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ କରାଯାଇଥିବା ନେଇ ଜିଲ୍ଳା ପୋଲିସ ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ସୂଚନା ଦେଇଛନ୍ତି ଏବଂ ଏଭଳି ଦୁଃଖଦ ସମୟରେ ତାଙ୍କ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଭଗବାନ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା ସହ ଏସ.ପି. ସମବେଦନା ଜଣାଇଛନ୍ତି ।

ସ୍ୱର୍ଗତଃ ଇନ୍ସପେକ୍ଟର ଶ୍ରୀ ଦେହୁରୀ ଜଣେ ମେଳାପି, ମିଷ୍ଟଭାଷୀ ମଣିଷଟିଏ ହୋଇଥିବାରୁ ତାଙ୍କ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସହ ସ୍ଥାନୀୟ ଅଂଚଳ ଏବଂ ତାଙ୍କ ସହଯୋଗୀ ଓ ଅଧସ୍ତନମାନଙ୍କ ଠାରେ ତାଙ୍କର ଅନୁପସ୍ଥିତି ଏକ ଭୀଷଣ କ୍ଷତି ସୃଷ୍ଟି କରିଛି । ଅପରପକ୍ଷେ ମୁନିଗୁଡା ସହରବାସୀ ସ୍ୱର୍ଗତଃ ଇନ୍ସପେକ୍ଟର ଶ୍ରୀ ଦେହୁରୀଙ୍କ ଅକାଳ ବିୟୋଗରେ ଶୋକ ମନେଇବା ସହ ଆଜି ଗୋଟିଏ ଦିନ ସ୍ୱେଚ୍ଛାକୃତ ଭାବେ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ କରି ସ୍ୱର୍ଗତଃ ଶ୍ରୀ ଦେହୁରୀଙ୍କ ଆତ୍ମାର ସଦ୍ଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.