ବିଏମଏସ ତରଫରୁ ବେରୋଜଗାରୀଙ୍କୁ ରୋଜଗାର ଓ ସହାୟତା ପାଇଁ ଦାବିପତ୍ର

ରାୟଗଡ: ଭାରତୀୟ ମଜଦୁର ସଂଘ (ବିଏମଏସ)ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ଲେଙ୍କାଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳାରେ ବେରୋଜଗାରୀଙ୍କୁ ରୋଜଗାର ଓ ସହାୟତା ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ଜରିଆରେ ଏକ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ସାରା ବିଶ୍ୱ କରୋନା ମହାମାରୀର ନିୟନ୍ତ୍ରଣ ପାଇଁ ତାଲାବନ୍ଦକୁ ଉପଯୁକ୍ତ ପଦକ୍ଷେପ ଭାବେ ଲାଗୁ କରିଛନ୍ତି । ଆମ ଦେଶ ତଥା ରାଜ୍ୟ ଏହି ତାଲାବନ୍ଦକୁ ଲାଗୁ କରିଥିବା କାରଣରୁ ପ୍ରାୟ ସମସ୍ତ ଶ୍ରମିକ କର୍ମ ସଂସ୍ଥାନ ହରାଇ ଅତ୍ୟନ୍ତ ଦୁଃଖ କଷ୍ଟରେ ନିଜର ଜୀବନ ନିର୍ବାହ କରୁଛନ୍ତି । ଯାହାକି ଆଗାମୀ ଦିନରେ ଅନେକ ସାମାଜିକ ସମସ୍ୟା ସୃଷ୍ଟି କରିବାରେ ସମ୍ଭାବନା ଦେଖାଯାଉଛି । ଏହି ମର୍ମରେ ଆମ ରାଜ୍ୟରେ ଅନେକ ପ୍ରାକୃତିକ ସମ୍ପଦରେ ଭରପୁର ଥିଲେ ମଧ୍ୟ ଉପଯୁକ୍ତ ଯୋଜନା, ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଓ ଶ୍ରମିକ ନିଯୁକ୍ତ ତଥା କର୍ମସଂସ୍ଥାନ ପାଇ ପାରୁ ନାହାନ୍ତି । ଫଳରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକଯୁବତୀମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୂପ ନିଯୁକ୍ତ/କର୍ମସଂସ୍ଥାନ ଯୋଗାଇବା, ହସ୍ପିଟାଲ କର୍ମଚାରୀଙ୍କ ଭଳି ସମସ୍ତ ମହିଳା କରୋନା ଯୋଦ୍ଧା ଅଙ୍ଗନବାଡି କର୍ମଚାରୀ ଓ ଆଶା କର୍ମଚାରୀ ଆଦିଙ୍କୁ ଦୈନିକ ୫ଶହ ଟଙ୍କା କରୋନା ସହାୟତା ଭତା ପ୍ରଦାନ କରିବା, ଅର୍ଥାଭାବ ଦର୍ଶାଇ କୈାଣସି ଠିକା ତଥା ଚୁକ୍ତିଭିତିକ କର୍ମଚାରୀଙ୍କୁ ଛଟେଇ କରା ନ ଯିା ଓ ବନ୍ଦ ଥିବା ସମସ୍ତ ସରକାରୀ ନିଯୁକ୍ତି ତୁରନ୍ତ ପୂରଣ କରିବା, ନିର୍ମାଣ ଶ୍ରମିକ, ବିଡି ଶ୍ରମିକ, ଟ୍ୟାକ୍ସି ଓ ରିକ୍ସା ଚାଳକ, ସ୍ୱରୋଜଗାରୀ ଓ ଉଠା ଦୋକାନୀ ଆଦି ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତାଲାବନ୍ଦ ସମୟର ମାସିକ ୨ହଜାର ଟଙ୍କା କରୋନା ସହାୟତା ରାଶି ପ୍ରଦାନ କରିବା ସହ ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଂଜୀକରଣ କରିବା ଆଦି ଦାବି ଉଲ୍ଳେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ରାୟଗଡ ବ୍ଳକ ସଭାପତି ପର୍ଶୁରାମ ମାଣ୍ଡାଙ୍ଗି ଓ ବ୍ଳକ ସଂପାଦକ ଧନଂଜୟ କଂଟାବଂଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.