ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ତଥା ଟିଟିଲାଗଡ ଅଞ୍ଚଳରେ ଦିନକୁଦିନ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ କୋରୋନା ମହାମାରୀ ସହ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି ସମାଜ ସେବୀ ନୃସିଂ ସିଂ। ଟିଟିଲାଗଡ ପୌରପରିଷଦର କିଛି ଅଞ୍ଚଳରେ କୋରୋନା ଚିହ୍ନଟ ହୋଇଥିବା ଘରକୁ ଯାଇ ବିଶୋଧନ କରିବା ସହ ଆଖପାଖ ଅଞ୍ଚଳକୁ ମଧ୍ୟ ବିଶୋଧନ କରି ସଫାସୁତରା କରି ଥିଲେ। ଶ୍ରୀ ସିଂଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ କୋରୋନା ଯୋଦ୍ଧାର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି।
ସଇଁନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in