ବାଇକ ଧକ୍କାରେ ଯୁବକ ଗୁରୁତର ଘଟଣା: ବୁର୍ଲା ରୁ ବିଶାଖାପାଟଣା ସ୍ଥାନାନ୍ତର ସମୟରେ ମୃତ୍ୟୁ

ଶବ ରଖି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଜନତା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଥାନା ନଙ୍ଗଲବେଡା ଗ୍ରାମର ସ୍ବର୍ଗତ ବିଜୟ ହରିଜନଙ୍କ ପୁଅ ରିମାନ୍ତ ହରିଜନ (୨୨)ଙ୍କୁ ବୁଧବାର ଏକ ବାଇକ ଧକ୍କା ଦେବା ଫଳରେ ଗୁରୁତର ଆହତ ହୋଇଥିଲେ। ଏହି କଥା ‘ଓଡିଆ ବାର୍ତ୍ତା’ରେ ପ୍ରକାଶ ପାଇଥିଲା। ତେବେ ରିମାନ୍ତ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଆଜି (ଶନିବାର) ବୁର୍ଲା ଠାରୁ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତରିତ କରିବା ସମୟରେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ରିମାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକେ ରାସ୍ତାରେ ଶବ ରଖି ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ରିମାନ୍ତ ହରିଜନ ନିଜ ଗାଁ ନଙ୍ଗଲବେଡା ପାଖ ରାସ୍ତା କଡରେ ଚାଲି ଚାଲି ଯାଉଥିବାବେଳେ ଲାଞ୍ଜିଗଡ଼ ଠାରୁ ବିଶ୍ୱନାଥପୁର ରାସ୍ତାରେ ଯାଉଥିବା ଏକ ପେସନପ୍ଲସ ବାଇକ (ଓଆର-୦୮ଏଫ୍-୫୧୪୧) ରିମାନ୍ତକୁ ପଛପଟୁ ଧକ୍କା ଦେଇଥିଲା।ରିମାନ୍ତ ରକ୍ତାକ୍ତ ହୋଇ ତଳେ ପଡିଯିବା ଦେଖି ଘଟଣା ସ୍ଥଳରେ ବାଇକ ଛାଡି ଚାଳକ ଫେରାର ହୋଇ ଯାଇଥିଲା। ବଡ ଭାଇ ଶାରଦ ହରିଜନ ଓ ଗାଁ ଲୋକ ଗୁରୁତର ଅବସ୍ଥାରେ ଲାଞ୍ଜିଗଡ଼ ମେଡ଼ିକାଲ ଆଣି ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଯୋଗୁଁ ୧୦୮ ଆମ୍ବୁଲାନ୍ସ ଦ୍ବାରା ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ପରେ ସେଠାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇ ଥିଲା।

ଏପଟେ ଫେରାର ହୋଇଥିବା ବାଇକ ଚାଳକ ବିଶ୍ୱନାଥପୁର ନିକଟସ୍ଥ ଭିର୍କାପଡାର ମୋହନ ମାଝୀଙ୍କୁ ପୋଲିସ ଠାବ କରି ପଚରା ଉଚରା କରିଥିଲା। ରିମାନ୍ତଙ୍କ ମେଡ଼ିକାଲ ଖର୍ଚ୍ଚ ବାବଦକୁ କିଛି ପଇସା ଦେବି କହି ମୋହନ ପୁଲିସ ନିକଟରୁ ଯାଇ ଫେରି ନଥିଲା।ଅନ୍ୟପଟେ ରିମାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଗାଁ ଲୋକେ କିଛି ପଇସା ଚାନ୍ଦା କରି ବୁର୍ଲାକୁ ପଠାଇ ଥିଲେ। ଆଜି ବୁର୍ଲା ମେଡ଼ିକାଲ ଠାରୁ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତରିତ ବେଳେ ଅଧା ରାସ୍ତାରେ (କେସିଙ୍ଗା ଠାରେ) ରିମାନ୍ତଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ଦୁର୍ଘଟଣା ସ୍ଥାନରେ ରିମାନ୍ତଙ୍କ ଶବ ରଖି କ୍ଷତି ପୂରଣ ଦାବି କରି ଆଜି ସନ୍ଧ୍ୟା ସାଡେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଯାତାୟତ କରୁଥିବା ୩୦ ରୁ ଉର୍ଦ୍ଧ୍ବ ଯାନବାହାନ ଅଟକ ରହି ଲୋକେ ହାଇରାଣ ହୋଇଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.