ପ୍ରଗତି ଯୁକ୍ତ ତିନି ମହାବିଦ୍ୟାଳୟରେ ୱେବିନାର୍ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି: ଭବାନୀପାଟଣା ସହର ଉପକଣ୍ଠ ରାଇସିଙ୍ଗପୁରଠାରେ ଥିବା ପ୍ରଗତି ମହାବିଦ୍ୟାଳୟରେ ଏକ ୱେବିନର୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଡ. ଶ୍ୟାମ କୁମାର ମସାକପାଳି, ବାଲମୁକୁନ୍ଦ ପଣ୍ଡା ଏବଂ ଅଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଯୁକ୍ତ ତିନି ତୃତୀୟ ଓ ପଞ୍ଚମ ସେମିଷ୍ଟର୍ ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ୱେବିନାର୍ କର୍ମଶାଳାରେ ଦୁଇଟି ଅଧିବେଶନ ଥିଲା। ପ୍ରଥମ ଅଧିବେଶନକୁ ବାୟୋଏକ୍ସ ସେଣ୍ଟର୍, ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସେସ୍, ଆଇଆଇଟି ମାଣ୍ଡି, ହିମାଚଳ ପ୍ରଦେଶ ଡ. ଶ୍ୟାମ କୁମାର ମସାକପାଳି ଆଲୋଚନା କରିଥିଲେ। ସେ ଜଣେ ଉଦ୍ଭିଦ ଏବଂ ମାଇକ୍ରୋବାୟଲ୍ ମେଟାବୋଲିଜିମ୍, ଫାଇଟୋକେମିଷ୍ଟ୍ରି ଏବଂ ଏଗ୍ରୋଟେକ୍ନୋଲୋଜିର ଜଣେ ବିଶେଷଜ୍ଞ। ତାଙ୍କର ବିଷୟ ଥିଲା ‘ଟ୍ରିଜର୍ ହଣ୍ଟିଙ୍ଗ ଓଣ୍ଡେର୍ ଫାଇଟୋକେମିକାଲ୍ସ’। ଡ. ଶ୍ୟାମ ଯିଏ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିରୁ ତାଙ୍କ ଅଭିଜ୍ଞତା ଏବଂ ଆଇଆଇଟି ପର୍ଯ୍ୟନ୍ତ ଜୀବନଯାତ୍ରା ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରେରଣା ଦେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସେ କିପରି ବଟାନିରେ ତାଙ୍କର ଆଗ୍ରହ ପ୍ରକାଶ କରିଥିଲେ ତାହା ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସେହିଭଳି ଦ୍ୱିତୀୟ ଅଧିବେଶନକୁ ନୂଆଦିଲ୍ଲୀର ଖାନ୍ ଷ୍ଟଡି ଗ୍ରୁପ୍ (KSG)ର ବରିଷ୍ଠ ଅଧ୍ୟାପକ ବାଲମୁକୁନ୍ଦ ପଣ୍ଡା ଉପସ୍ଥାପନ କରିଥିଲେ। ସେ ଜଣେ ଆଇଏଏସ୍ ଗାଇଡ଼ ବିଶେଷଜ୍ଞ ଏବଂ ଭୂଗୋଳ ବିଷୟର ବିଶେଷଜ୍ଞ। ତାଙ୍କର ବିଷୟ ଥିଲା ‘ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତାର ଚାବିକାଠି’। ଶହେରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ରାଜ୍ୟ ତଥା ଜାତୀୟ ସ୍ତରରେ ନାଗରିକ ସେବା ତଥା ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଛାତ୍ରଙ୍କ ଆଗ୍ରହ ଏବଂ କୌତୁହଳରେ ଶ୍ରୀ ପଣ୍ଡା ବେଶ୍ ଆନନ୍ଦ ଅନୁଭବ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ବିଷୟର ଅନେକ ବିଶେଷଜ୍ଞଙ୍କ ସହ ଜଡିତ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ।

ଇଂ ଅଜୟ ପଣ୍ଡା

ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଂ ଅଜୟ ପଣ୍ଡା କହିଛନ୍ତି ଯେ, ଏହି ବିଶ୍ୱ ମହାମାରୀ ସମୟରେ ଏଭଳି ପଦକ୍ଷେପ ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନଙ୍କ ମନୋବଳ ଏବଂ ଆତ୍ମବିଶ୍ୱାସକୁ ଦୃଢ଼ କରିବ। ଅଭିଜ୍ଞ ଏବଂ ସଫଳ ବ୍ୟକ୍ତିଙ୍କ କଥା ଶୁଣିବା ଦ୍ୱାରା ପ୍ରଗତିର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବରେ ଅତ୍ୟଧିକ ଉତ୍ସାହିତ ହେବେ ଏବଂ ପରବର୍ତ୍ତୀ ସମୟରେ ଲକ୍ଷ୍ୟ ପଥରେ ପହଞ୍ଚିବାର ସ୍ୱପ୍ନକୁ ସାକାର କରି ପାରିବେ। ପରିଶେଷରେ ଇଂ ପଣ୍ଡା କହିଥିଲେ, ଆଗାମୀ ଦିନମାନଙ୍କରେ ମଧ୍ୟ ଏହିପରି ଅନେକ କର୍ମଶାଳା ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ ଏବଂ ଶିକ୍ଷା, ଶିଳ୍ପ, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନେ ଭାରତ ତଥା ଦେଶ ବାହାର ଅଭିଜ୍ଞ ବ୍ୟକ୍ତି ଯୋଗଦେବେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.