“ସାଇଙ୍କ ସହ ଗୋଟିଏ ଦିନ” କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ: ରାୟଗଡ ଜିଲ୍ଳା ଶ୍ରୀ ସତ୍ୟସାଇ ସେବା ସଂଗଠନର ବାଳ ବିକାଶର ଜିଲ୍ଳା ସ୍ତରୀୟ ତୃତୀୟ ବର୍ଷ ପ୍ରକଳ୍ପ ମୂଲ୍ୟାୟନ କାର୍ଯ୍ୟକ୍ରମ “ସାଇଙ୍କ ସହ ଗୋଟିଏ ଦିନ” ଅନଲାଇନ ମାଧ୍ୟମରେ ସମାପ୍ତ ହୋଇଯାଇଛି । ସତ୍ୟସାଇ ବାଳବିକାଶର ୯ବର୍ଷିୟ ପାଠ୍ୟକ୍ରମରେ ନୈତିକ,ଆଧ୍ୟାତ୍ମିକ ଓ ମୂଲ୍ୟବୋଧ ଭିତିକ ଶିକ୍ଷା ଦିଆଯାଇଥାଏ । ୯ବର୍ଷର ପାଠ୍ୟକ୍ରମର ସମାପ୍ତି ପରେ ପ୍ରତ୍ୟେକ ଶିକ୍ଷା ପ୍ରକଳ୍ପ ପ୍ରଦାନ ପୂର୍ବକ ପ୍ରୀ-ସେବାଦଳ ପାଇଁ ଉତୀର୍ଣ୍ଣ ହୋଇଥାନ୍ତି । ରବିବାର ଦିନ ଜିଲ୍ଳାର ଅମ୍ବାଦଳା, ଗୁଣପୁର, ଜେକେପୁର, କୋତାପେଟା, ରାୟଗଡର ୨୨ଜଣ ଶିକ୍ଷାର୍ଥୀ ରାୟଗଡ ସହରର ରୟତ କଲୋନୀ ଠାରେ ଥିବା ସମିତି ସ୍ତରୀୟ ବାଲ ବିକାଶ କେନ୍ଦ୍ରରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଏହି ଅନଲାଇନ କାର୍ଯ୍ୟକ୍ରମରେ ୫୦ଜଣ ଉପସ୍ଥିତ ରହିବା ସହିତ ସମସ୍ତ ପ୍ରକଳ୍ପକୁ ଶ୍ରୀ ସତ୍ୟାସାଇଙ୍କ ପାଦପଦ୍ମରେ ଅର୍ପଣ କରାଯାଇଥିଲା । ବରିଷ୍ଠ ବାଲବିକାଶ ଗୁରୁ ଏସ.ରମଣ ମୂର୍ତୀ, ଭବାନୀ ଶଙ୍କର ଦାଶ, ଡା.ମାୟାଧର ସାହୁ, ହରଷବିହାରୀ ଦାଶ, ଡଃ.କେ.ସଲଭାରାଜୁ, ତ୍ରୀନାଥ ପାଢୀ ଆଦି ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ସଭାପତି ଏସ.ଭି.ରମଣ ମୂର୍ତି ଉଦଘାଟନ କରି ପିଲାମାନଙ୍କୁ ଚରିତ୍ର ଦାନ ହାଇ ସମାଜସେବାରେ ବ୍ରତୀ ହେବାକୁ କହିଥିଲେ । ରାଜ୍ୟ ପ୍ରୀ-ସେବାଦଳ ମୁଖ୍ୟ ହରଷବିହାରୀ ଦାଶ, ଶିବ କୁମାର ଅଗ୍ରୱାଲ, ଗାୟତ୍ରୀ ମୁନା ଆଦି ବରିଷ୍ଠ ସଦସ୍ୟ ପିଲାମାନଙ୍କୁ ବାଲ ବିକାଶର ମୂଲ୍ୟବୋଧ ବୁଝାଇଥିଲେ । କାର୍ଯ୍ୟକ୍ରମକୁ କେ.ଅଶୋକ କୁମାର, ରଶ୍ମିରାଣୀ ସେଠୀ ପରିଚାଳନା କରିଥିବା ବେଳେ ଶ୍ରୀମତି ସବିତା ସାହୁ,ଜିଲ୍ଳା ଶିକ୍ଷା ସଂଯୋଜିକା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.