ଅଗ୍ନି ବିପତ୍ତି : ପୋଡିଗଲା ଘର, ଅଳ୍ପକେ ବର୍ତିଲେ ପରିବାର

ଘଟଣାର ତଦନ୍ତ କଲେ ତହସିଲଦାର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ସୁନା ଖଡିକା ଗାଁର ଡମେ ମାଝୀଙ୍କ ଘରେ ନିଆଁ ଲାଗି ଯାଇଥିବା ଯୋଗୁଁ ତିନି ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇ ଯାଇଛି। ସୂଚନାମତେ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ଶନିବାର ରାତିରେ ୧୨ ଘଣ୍ଟା ସମୟରେ ଡୁମେ ମାଝୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। କିନ୍ତୁ ନିଆଁ ଲାଗିବା ଅଧ ଘଣ୍ଟା ପରେ ଡମେ ଜାଣି ପାରିଥିଲେ। ଘରେ ଶୋଇଥିବା ସ୍ତ୍ରୀ ବିକମଣି ମାଝୀ ଓ ସାତ ମାସର ଶିଶୁଙ୍କୁ ଧରି ଘରୁ ବାହାରି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ପରେ ଗାଁ ଲୋକେ ଆସି ନିଆଁକୁ ଲିଭାଇ ଥିଲେ। ସେତେବେଳକୁ ଘରେ ଥିବା, ଧାନ, ମାଣ୍ଡିଆ, ଚାଉଳ, ପିନ୍ଧିବା କପଡା ଠାରୁ ଆରମ୍ଭ କରି ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଥିଲା।

ଏହାପରେ ରବିବାର ସକାଳେ ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଓ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ଜଣାଇଥିଲେ। ଅଧ୍ୟକ୍ଷ ଇଂ. ମାଝୀ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ଫାୟାର ଇସ୍ପେକ୍ଟର ମନରଞ୍ଜନ ପାଢ଼ିଙ୍କୁ ଜଣାଇବା ପରେ ଲାଞ୍ଜିଗଡ଼ ଦମକଳ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ ବଳକା ଥିବା କିଛି ନିଆଁକୁ ଲିଭାଇ ଥିଲେ।

ରବିବାର ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୁନ୍ନାଙ୍ଗା ଗାଁକୁ ଯାଇ ପୋଡି ଯାଇଥିବା ଘରକୁ ତଦନ୍ତ କରିଥିଲେ ଓ ପରିବାର ଲୋକଙ୍କୁ ଭେଟି ପଲିଥିନ ଦେଇ ପ୍ରଶାସନ ପକ୍ଷରୁ ଯାହା ସୁବିଧା ଅଛି ତାଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଅଗ୍ନି ବିପତ୍ତି ଯୋଗୁଁ ଏହି ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି, ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଖଣ୍ଡିଏ ଯାଗାନାହିଁ। ତେଣୁ ଏହି ଆଦିବାସୀ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.