ବଲାଙ୍ଗିର: ଚଳିତ ବର୍ଷ ମାଟ୍ରିକ ପରିକ୍ଷାରେ ଉତ୍ତମ ଅଙ୍କ ସହ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରମାନଙ୍କୁ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସମ୍ମାନୀତ କରାଯାଇଛି। ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସର୍ବ ପ୍ରଥମେ ଯଦୁପତି ଶ୍ରୀକଷ୍ଣଙ୍କ ପୂଜାର୍ଚ୍ଚନା ସହ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବେଲପଡା ବ୍ଲକ୍ ଅନ୍ତର୍ଗତ ସଲଣ୍ଡି ଗ୍ରାମର କିରନ୍ ପୁଞ୍ଜିଙ୍କ ପୁତ୍ର ଦିନେଶ ପୁଞ୍ଜି, ଘାଗୁର୍ଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୂମେରମୁଣ୍ଡା ଗାଁର ଭୁବନେଶ୍ୱର ବନଛୋରଙ୍କ ପୁତ୍ର ଦେବ ରଞ୍ଜନ ବନଛୋର, ବହାବଲ ଗ୍ରାମର ଚମ୍ପେଶ୍ୱର୍ ବଗର୍ତ୍ତୀଙ୍କ ପୁଅ ପରେଶ୍ ବଗର୍ତ୍ତୀଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, ସମ୍ମାନୀତ ଅତିଥି ଉତ୍କଳ ଯାଦବ ମହାସଭା ଲିଗାଲ ସେଲ୍ ସଭାପତି ମନୋଜ କୁମାର ହାତୀ, ବରିଷ୍ଠ ଆଇନଜୀବୀ ଆଶିଷ ଚନ୍ଦନ, ବ୍ଲକ୍ ସଭାପତି ଗୋକୁଳ ଖର୍ସେଲ, ଉତ୍କଳ ଯାଦବ ମହାସଭା ଛାତ୍ର ସେଲ୍ ସାଧାରଣ ସମ୍ପାଦକ ଦିନେଶ କୁମାର ନାଗ, ଯୁବ ସମାଜସେବୀ ହରେଷ ବଗର୍ତ୍ତୀ, ଦୁର୍ଯୋଧନ ଚିରଙ୍ଗୁଲ୍, ପୂର୍ଣ୍ଣ ଚନ୍ଦ୍ର କରୁଆଁ, ନବୀନ ଚଣ୍ଡୀ, ଇନ୍ଦ୍ରଜିତ ଖର୍ସେଲ, ଚଣ୍ଡୁଲ ବାଗ, ଟିକେଶ୍ୱର୍ କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବେଲପଡା ବ୍ଲକ ଯାଦବ ସମିତିର କାର୍ଯ୍ୟକର୍ତ୍ତା ଏବଂ ଯାଦବମାନେ ସହଯୋଗ କରିଥିଲେ।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ OdiaBarta.in