ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ଆଶାସାଥୀ ସଂଘର ଦାବିପତ୍ର ପ୍ରଦାନ

ରାୟଗଡ: ଭାରତୀୟ ମଜୁଦର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ରାୟଗଡ ଜିଲ୍ଳା ଶାଖା ତରଫରୁ ରାୟଗଡ ଜିଲ୍ଳାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର ଅତିରକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାୟଗଡ ଜିଲ୍ଳା ସଭାପତି ତଥା ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ ଯୋଗ ଦେଇ ଓଡିଶାରେ କାର୍ଯ୍ୟରତ ଆଶାସାଥୀମାନଙ୍କ ସମସ୍ୟା ଓ ସରକାରଙ୍କ ଦ୍ୱାରା ସେମାନଙ୍କୁ କରାଯାଉଥିବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଏଥିପାଇଁ ଏହିପରି ବିକ୍ଷୋଭ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ପ୍ରଦାନ କରାଯାଇଥିବା ୮ଦଫା ଦାବିଗୁଡିକ ମଧ୍ୟରେ ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬ହଜାର ଟଙ୍କା ପ୍ରଦାନ କରିବା, ଆଶା ସାଥୀମାନଙ୍କର ୟୁନିଫମ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଟ୍ରେନିଂ ଦେବା,୧୩ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ବୀମା ଏବଂ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରିବା, ଆୟୁଷ୍ମାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦିଆଯିବା ଆଦି ଦାବି ଉଲ୍ଳେଖ ରହିଛି ।

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କାଳୀମନ୍ଦିର ଛକ ନିକଟରୁ କୋଭିଡ-୧୯ ଗାଇଡଲାଇନ ଅନୁସରଣ କରି ଆଶାସାଥୀମାନେ ଏକ ଶୋଭାଯାତ୍ରାରେ ବାହାରି ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ରାୟଗଡ ଜିଲ୍ଳା ଶାଖାର ସଭାନେତ୍ରୀ ମନୋରମା ବେନିଆ ଓ ସଂପାଦିକା ପଦ୍ମୀନି ପଡିହାରୀଙ୍କ ନେତୃତ୍ୱରେ ସଂଘର ମଂଜୁଳା ନିମାଲପୁରୀ, ହିଗୁଳ ରଣା,ଅଂଜନା ସ୍ୱାଇଁ,ପୁଷ୍ପଲତା ଶବର,ଶୁଶିଳା ହୁଇକାଙ୍କ ସମେତ ଅନ୍ୟ ଆଶାସାଥୀମାନେ ଉପସ୍ଥିତ ରହିଥିବା ବେଳେ ଭାରତୀୟ ମଜଦୁର ସଂ୍‌ଘର ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ଜିଲ୍ଳା ଉପସଭାପତି ମୋହନରାଓ ମାଝି,ବ୍ଳକ ସଭାପତି ଗୋପିନାଥ ଗୈାଡ,ସଂପାଦକ ଦୁର୍ଗାମାଧବ ଘୋଷ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଧାନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.