ସଡ଼କ ଦୁର୍ଘଟଣା : ବୋଲେରୋ – ବାଇକ ମୁହାମୁହିଁ ଧକ୍କା

ବାଇକ ଆରୋହୀ ଗୁରୁତର

କଳାହାଣ୍ଡି : ରିଷିଡା ସ୍ଥିତ ବାପୁଜୀ ହାଇସ୍କୁଲ ଛକ ଠାରେ ବୋଲେରୋ ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ରିଷିଡା ସହର ପଟୁ ଏକ ବୋଲେରୋ ଗାଡି (ନଂ-OD 08E 7560) ଆସୁଥିବାବେଳେ ବିପରୀତ ପଟୁ ରିଷିଡାର ମୁଢି ବ୍ୟବସାୟୀ ଜୟରାମ ରେଡି ଏକ ବାଇକରେ ଆସୁଥିଲେ । ବାପୁଜୀ ହାଇସ୍କୁଲ ଛକ ଠାରେ ମୁହାମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ଶ୍ରୀ ରେଡି ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ରିଷିଡା ଡାକ୍ତରଖାନାକୁ ନେଇଥିଲେ।ପରେ ଆମ୍ବୁଲାନ୍ସ ଯୋଗେ କର୍ଲାମୁଣ୍ଡା ସିଏଚସିକୁ ନିଆଯାଇଥିଲା ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ପଠାଇ ଦିଆଯାଇଛି । ତାଙ୍କର ମୁଣ୍ଡରେ ଆଘାତ ହୋଇଥିବା ଜଣାଯାଇଛି ।ଦୁର୍ଘଟଣା ଘଟାଇଥିବା ବୋଲେରୋଟି ଝାରମୁଣ୍ଡା ଗ୍ରାମର ନୀଳାଦ୍ରୀ ସାହୁଙ୍କ ବୋଲି ଜଣାଯାଇଛି । ଉକ୍ତ ବୋଲେରୋଟି କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଜଣାପଡିଛି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେମାନଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.