୩୨୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା

କାରକୁ ଧକ୍କା ଦେଲା ଟ୍ରକ୍‌, ୩ଗୁରୁତର

ରାୟଗଡ: ୩୨୬ନମ୍ବର ଜାତୀୟ ରାଜପଥରେ ଏକ କାରକୁ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ଦେବା ଫଳରେ ଏହି ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଥାନାରେ ଅଟକ ରଖିଛି ଚାନ୍ଦିଲି ଥାନା ପୋଲିସ । ଏ ନେଇ କାର ଚାଳକ ମନୋଜ କୁମାର ସେନାପତିଙ୍କ ପକ୍ଷରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇ ବେପାରୁଆ ଗାଡି ଚାଳନା କରିଥିବା ଟ୍ରକ ଡ୍ରାଇଭରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

Omkar Vasthu
Omkar Vasthu

ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ତାଣ୍ଡିପୁର ଗ୍ରାମର ମନୋଜ କୁମାର ସେନାପତି ଓ ତାଙ୍କ ଭଉଣୀ ମୁନି ଏବଂ ଭଣଜା ଦେବେକ୍ ବେହେରା ୩ଜଣ ମିଶି ରାୟଗଡକୁ ନିଜ ବ୍ୟକ୍ତିଗତ କାମରେ ନିଜ କାର (ନମ୍ବର ଓଡି୦୨ ଏଜି- ୫୨୫୩) ଯୋଗେ ଆସିଥିଲେ । ରାୟଗଡ ସହରରେ କାମ ସରିବା ପରେ ସେମାନେ ନିଜ ଘର ତାଣ୍ଡିପୁରକୁ ଫେରୁଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର କୋତାପେଟା-ଭାକୁରଗୁଡା ମଧ୍ୟରେ ଜେକେପୁର ପଟୁ ରାୟଗଡ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ (ନମ୍ବର- ଓଆର୧୪ଜି-୩୪୭୭)ଟି ହଠାତ୍ ରାସ୍ତା ଉପରେ ହିଁ ବୁଲି ପଡିବାରୁ କାର ସହ ଧକ୍କା ହୋଇ ଟ୍ରକଟି ରାସ୍ତା କଡର ଏକ ବଡ ବରଗଛକୁ ବାଡେଇ ହୋଇ ରହି ଯାଇଥିଲା । ଫଳରେ କାର ଚାଳକ ମୋନଜଙ୍କ ସହ ତାଙ୍କ ସହିତ ଥିବା ତାଙ୍କ ସଂପର୍କୀୟ ଦୁଇଜଣ ଗୁରୁତର ଭାବେ ଆହାତ ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପରେ ଆହାତମାନଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ପରେ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ପରେ କିଛ ସିମୟ ଧରି ଟ୍ରାଫିକ୍ ସମସ୍ୟା ଉପୁଥିବା ସମ୍ବନ୍ଧରେ ଏବଂ କାର-ଟ୍ରକ ଧକ୍କା ଘଟଣା ସଂର୍ପକରେ ଖବର ପାଇ ଚାନ୍ଦିଲି ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ଜାତୀୟ ରାଜପଥରୁ ଟ୍ରକଟିକୁ ହଟାଇବା ପରେ ଟ୍ରାଫିକ ସ୍ୱାଭାବିକ ହୋଇଥିବା ଜଣାପଡିଛି । ଅପରପକ୍ଷେ ବେପାରୁଆ ଗାଡି ଚାଳନା କରିଥିବା ଟ୍ରକ ଡ୍ରାଇଭରଙ୍କୁ ଦଣ୍ଡିତ କରାଯାଉ ବୋଲି ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.