କର୍ଲାମୁଣ୍ଡା: ଗୋଟିଏ ଦିନରେ ୧୬ କରୋନା ପଜିଟିଭ ଚିହ୍ନଟ

କଳାହାଣ୍ଡି : ମଙ୍ଗଳବାର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାପିଡ ଆଣ୍ଟିଜେନ ଟେଷ୍ଟ ରେ ୧୬ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ତନ୍ମଧ୍ୟରୁ ସରଗୁଲ ମାଲପଡା ପଞ୍ଚାୟତର ପୁଟିଗାଁ ରେ ୧୪ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିବାବେଳେ ରିଷିଡାର ୨ ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଛି । ସୋମବାର ମଧ୍ୟ ପୁଟିଗାଁ ରେ ୩ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଗୋଟିଏ ଗାଁରେ ଏତେସଂଖ୍ୟକ ପଜିଟିଭ ଚିହ୍ନଟ ହେବାପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଗତ କିଛି ଦିନ ତଳେ ରିଷିଡା ଫାଣ୍ଡିର ଜଣେ ଅଧିକାରୀ ଓ ତାଙ୍କ ପରିବାର ଲୋକଙ୍କର ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ଅନ୍ୟ କର୍ମଚାରୀ ଙ୍କର ଟେଷ୍ଟ ପାଇଁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନ ନେବା ତଥା ଫାଣ୍ଡି କାର୍ଯଲୟ କୁ ସିଲ କରାନଯିବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି । ଏଥିପ୍ରତି ପ୍ରଶାସନିକ ତତ୍ପରତା ଦେଖାଇବା ଉଚିତ ବୋଲି ମତପ୍ରକାଶ ପାଇଛି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.