ଏଏଲଏମପି କାର୍ଯ୍ୟକ୍ରମ ବର୍ଜନକୁ ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଶିକ୍ଷକ ସଂଘ

ରାଜ୍ୟ ପ୍ରଶାସନ ସହ ଆଲୋଚନାର ପ୍ରତିଶୃତି ଦେଲେ ମନ୍ତ୍ରୀ

ରାୟଗଡ: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ରାୟଗଡ ଜିଲ୍ଳା କଲ୍ୟାଣ ବିଭାଗରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟତ୍ରୀମାନେ ରାଜ୍ୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ନିର୍ଦ୍ଦେଶ ଓ ଜିଲ୍ଳା ସଂଘର ନିଷ୍ପତି କ୍ରମେ ଗତ ୧୪ତାରିଖରୁ ଆରମ୍ଭ ହେବାକୁ ଥିବା ଏଏଲଏମପି (ବିକଳ୍ପ ଶିକ୍ଷା ଓ ପରାମର୍ଶଦାତା କାର୍ଯ୍ୟକ୍ରମ ବ୍ୟବସ୍ଥା) କାର୍ଯ୍ୟକ୍ରମରେ ଗାଁ କୁ ଗାଁ କୁ ଯାଇ ଶିକ୍ଷାଦାନ କରିବାକୁ ସମୁହ ବର୍ଜନ କରିଥିବା ବେଳେ ଅନଲାଇନ ମାଧ୍ୟମରେ ସରକାରଙ୍କ ସବୁପ୍ରକାର ଶିକ୍ଷାଦାନ ସଂର୍ପକୀତ ନିର୍ଦ୍ଦେଶକୁ ମାନି କାର୍ଯ୍ୟ କରିବା ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲିଖିତ ଭାବେ ଅବଗତ କରାଇଛନ୍ତି । ବୁଧବାର ଦିନ ପୁଣି ରାୟଗଡ ଜିଲ୍ଳା ଓ ରାଜ୍ୟ ସଂଘର ସଦସ୍ୟମାନେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସ୍ଥାନୀୟ ସାର୍କିଟ ହାଉସ ଠାରେ ସାକ୍ଷାତ କରି ଦୀର୍ଘ ଘଂଟା ଧରି ତୃତୀୟ ପର୍ଯ୍ୟାୟ ଆଲୋଚନା କରିଥିଲେ ।

ତେବେ ମନ୍ତ୍ରୀ ଶ୍ରୀ ସାରକା ରାଜ୍ୟ ପ୍ରଶାସନ ସହ ଆଲୋଚନା ପରେ ଶିକ୍ଷକ ମହଲକୁ ସୁହାଇଲା ଭଳି ପଦକ୍ଷେପ ନେବାକୁ ନିଷ୍ପତି ନେବେ ବୋଲି ପ୍ରତିଶୃତି ଦେଇଥିବା ସଂଘର ସଦସ୍ୟମାନେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳାରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ୍ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଏଭଳି ସମୟରେ କେନ୍ଦ୍ର ସରକାର ଜନଗଣନା କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଦେଇଛନ୍ତି । ରାୟଗଡ ଜିଲ୍ଳାର ପ୍ରତ୍ୟେକ ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବରେ କୋଭିଡ-୧୯ପରୀକ୍ଷା କରାଯାଇ ନଥିବାରୁ ଲକ୍ଷଣ ବିହୀନ କୋଭିଡ-୧୯ ବ୍ୟକ୍ତି ଚିହ୍ନଟ କରିବା ଅସମ୍ଭବ ହୋଇପଡିଛି ଏବଂ ଏପରିସ୍ଥଳେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଉଭୟଙ୍କ ଜୀବନ ବିପଦ ପଡିପାରେ । ଅପରପକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ସେମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଅନଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ତେବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଏପରି ପ୍ରତିକୂଳ ପରିସ୍ଥିତିରେ ଏଏଲଏମପି କାର୍ଯ୍ୟକ୍ରମକୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିିବା ନିଷ୍ପତି ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ଜୀବନକୁ ବାଜି ଲଗାଇବାରେ ସହାୟକ ହେଉଛି ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.