ମୂଷାନାଳଠାରେ ୩ କରୋନା ଯୋଦ୍ଧାଙ୍କ ପଜିଟିଭ୍ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଲାଞ୍ଜିଗଡ: ଲାଞ୍ଜି ପଞ୍ଚାୟତ ମୂଷାନାଳ ଗାଁରେ ଶୁକ୍ରବାର ୨ଜଣ ଓ କାନଣ୍ଡାମା ଗାଁରେ ୨ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ୍ ଚିହ୍ନଟ କରାଯାଇଛି। ପୂର୍ବରୁ ଗତ ୧୪ ତାରିଖ ଦିନ ମୂଷାନାଳଠାରେ ୩ କରୋନା ଯୋଦ୍ଧାଙ୍କ ପଜିଟିଭ୍ ଚିହ୍ନଟ ହୋଇ ଥିବା ଯୋଗୁଁ ଗତ ୧୫ ତାରିଖ ଦିନ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାପାଳ ମୂଷାନାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଏହାର ତଦାରଖ ପାଇଁ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ ମାଝୀଙ୍କୁ ଦାଇତ୍ୱ ଦିଆଯାଇଛି।
ଲାଞ୍ଜି ପଞ୍ଚାୟତର କାନଣ୍ଡାମା ଗାଁରେ ଶୁକ୍ରବାର ୨ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ଚିହ୍ନଟ ପରେ ସେହି ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପାଇଁ ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇ ଅନୁରୋଧ କରିଛନ୍ତି। ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ଲାଞ୍ଜି ପଞ୍ଚାୟତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in