ଅଜଣା ଗାଡି ଧକ୍କାରେ ବ୍ୟବସାୟୀ ଗୁରୁତର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ କଂସାରି ଗାଁ ନିକଟସ୍ଥ ଝାଡ଼ିତୋଟା ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେବା ଫଳରେ ଲାଞ୍ଜିଗଡ଼ ବେଦାନ୍ତ ନଗରର ବ୍ୟବସାୟୀ ପ୍ରସହ୍ନ ମହାଖୁଡ(୫୫)ଗୁରୁତର ଆହତ ହୋଇ ଲାଞ୍ଜିଗଡ଼ ବେଦାନ୍ତ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାଡେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ଼ ବେଦାନ୍ତ ନଗରର ବେବସାୟୀ ପ୍ରସନ୍ନ ମହାଖୁଡ ନିଜ ବାଇକରେ ରାୟଗଡା ଜିଲ୍ଲା ମୁନିଗୁଡା ଠାରୁ କିଛି ସାମଗ୍ରୀ ଧରି ନିଜ ଘରକୁ ଫେରୁଥିଲା। ଏହି ସମୟରେ ଲାଞ୍ଜିଗଡ଼-ମୁନିଗୁଡା ମୁଖ୍ୟ ରାସ୍ତାର କଂସାରି ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଥିଲା। ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇ ହୋଇ ଯାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ବେବସାୟୀ ଜଣଙ୍କ ଘଟଣା ସ୍ଥଳରେ ପଡି ରହିଥିଲେ। ଏହି ଖବର ପାଇଲା ମାତ୍ରେ ନିଜ ପୁଅ ଜିତୁ ଓ ପଡୋଶୀ ମୁରଲୀ ପଟନାୟକ ଘଟଣା ସ୍ଥଳକୁ ଯାଇ ବେଦାନ୍ତ ଆମ୍ବୁଲାନ୍ସ ଡାକି ବେଦାନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଡାହାଣ ପଟ ମୁଣ୍ଡରେ ଗୁରୁତର ଆହତ ଯୋଗୁଁ ୨୦ରୁ ଉର୍ଦ୍ଧ୍ବ ଟିଚ୍ ପଢିଥିଲା। ଡାହାଣ ଗୋଡରେ ମଧ୍ୟ ଆହତ ଯୋଗୁଁ ବେଣ୍ଡେଡ଼ କରାଯାଇଥିଲା। ବେଦାନ୍ତ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ବରମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.