ଦୟାନିଧି ବଗର୍ତ୍ତି
ଏଇ ତ ମହାମାରୀ କରୋନା
ଯା’ଠୁ କେତେ ଶିକ୍ଷା ଶିଖୁଛି ଏ ଦୁନିଆ
ଭାରତ ଜାପାନ୍ ନା କେନିଆ
ଆଉ ମଧ୍ୟ ଶିଖୁଛି ତା ବାପା ଚାଇନା ।।
ଆଧୁନିକ ଯୁଗର ମଣିଷ ଏତେ ଯେ ବ୍ୟସ୍ତ ବିବ୍ରତ
ନିଜ ଚେହେରା ଟିକେ ଦେଖିବାକୁ
ଆଇନା ବି ଧରିପାରୁନି ତ ।।
କରୋନା ଆସିଲା କରୋନା ଆସିଲା
ଗୋଡ଼ ହାତ ମୁଁହ ଧୋଇବା ଶିଖାଇଲା
ଅତର ପାଉଡର୍ ଧରିବା ଛାଡ଼ି
ପକେଟେ ସାନିଟାଇଜର୍ ଧରିବା ମଣିଷ ଶିଖିଲା ।।
କି ସ୍ଟାଇଲି କି ଫେସନ ଦୁନିଆ ଦେଖୁଥିଲା ଚନ୍ଦ୍ର ବଦନ
ଫ୍ୟାକ୍ଟ୍ରି ଆଉ ସିଗାରେଟ୍ ଧୂଆଁ ତ ଛାଡ଼
ଦୁର୍ଗନ୍ଧ ଆଉ ଧୂଳିକଣାକୁ ନାକ ଟାଣୁଥିଲା ଘନଘନ ।।
ମୁହେଁ ମାସ୍କ ପିନ୍ଧିବା ମଣିଷ ଶିଖିଲା
ଧୂଳିକଣା ଧୂଆଁ କରୋନାରୁ ବର୍ତ୍ତିଲା
କରୋନା ଆସିଲା କରୋନା ଆସିଲା
ସଚେତନ ହେବାର ଇଙ୍ଗତ କଲା ।।
ହେ ଭାଇଭଉଣୀ ଆସ ସଚେତନ ହବା
ମାସ୍କ ସାନିଟାଇଜର୍ ବ୍ୟବହାର କରି
କରୋନା ଧୂଆଁ ଧୂଳିକଣାରୁ ବଞ୍ଚିବା ।।
Lecturer in Botany
OMSIST COLLEGE RAJGANGPUR, SUNDERGARH





