କରୋନା କଟକଣା କୋହଳ ପରେ ଢିଲା ବ୍ୟବସ୍ଥା

ଅଗଷ୍ଟରେ ଥିଲା ୪୮୨୩, ସେପ୍ଟେମ୍ବରର ୨୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୬୭୮୪, ମଲେଣି ୩୫ ଜଣ

ରାୟଗଡ: ଅନଲକ୍‌-୪ରେ କେବଳ କନଟେଂଟମେଂଟ ଜୋନକୁ ବାଦ ଦେଲେ ଅନ୍ୟ ସ୍ଥାନଗୁଡିକରେ ଲକଡାଉନ ଓ ସଟଡାଉନ ନିମୟ ଲାଗୁ କରାଯାଇନାହିଁ ଓ ଏଥିସହ କଟକଣାରେ କୋହଳ କରାଯାଇ କରୋନା ଗାଇଡଲାଇନକୁ କଡାକଡି ଭାବେ ମାନି ଚଳିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ରାୟଗଡ ଜିଲ୍ଳାରେ ଜିଲ୍ଳା ପ୍ରଶାସନ ତରଫରୁ କୋଭିଡ-୧୯ ନିୟମ ମାନି ଚଳିବାକୁ ଯେତେଥର ନିବେଦନ କରାଯାଉ ଥିଲେ ସୁଦ୍ଧା ଏହାକୁ ଅମାନିଆମାନେ କଡାକଡି ଭାବେ ପାଳନ କରୁ ନ ଥିବାରୁ ପ୍ରତ୍ୟେକ ଦିନ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଅଗଷ୍ଟ ମାସରେ ରାୟଗଡ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨୩ରେ ରହିଥିଲା । ତେବେ ମାତ୍ର ୨୦ଦିନରେ ପୁଣି ୧୯୬୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୦ତାରିଖ ସୁଦ୍ଧା ଏହି ସଂଖ୍ୟା ୬୭୮୪ ରେ ପଂହଚି ସାରିଛି । ପୁଣି ରବିବାର ଦିନ ୮୬ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୩ ଜଣ ପୁରୁଷ ଓ ୨୨ ଜଣ ମହିଳା ଆକ୍ରାନ୍ତ ରହିଥିବା ବେଳେ ୨ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ୧୧ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଥିବା ବେଳେ ଆଇଏଲଆଇ/ସାରି ଲକ୍ଷଣରୁ ୫୧ଜଣ ଏବଂ ହୋମ କ୍ୱାରେନଟାଇନରୁ ୬୫ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୩୮ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡ ସହରାଂଚଳରୁ ୧୧, ଗୁଣପୁର ସହରାଂଚଳରୁ ୮, କଲ୍ୟାଣସିଂହପୁରରୁ ୬ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କୋଲନରା ଓ ରାୟଗଡ ଗ୍ରାମାଂଚଳରୁ ୫ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ମୁନିଗୁଡାରୁ ୩, ଗୁଡାରୀ ଓ ଗୁଣପୁର ଗ୍ରାମାଂଚଳରୁ ୨ ଜଣ ଲେଖାଁଏ ଏବଂ ବିଷମକଟକ ଓ ପଦ୍ମପୁର ବ୍ଳକରୁ ଜଣେ ଲେଖାଁଏଙ୍କ ସମେତ କନ୍ଧମାଳରେ ୨ ଓ କଳାହାଣ୍ଡିରେ ରାୟଗଡ ଜିଲ୍ଳାର ରହୁଥିବା ଜଣେ ମୋଟ ୮୫ ଜଣ ଚିହ୍ନଟ ହୋଇଛନ୍ତି । ରବିବାର ୨ଜଣ କରୋନା ଯୋଦ୍ଧା ଚିହ୍ନଟ ପରେ ଜିଲ୍ଳାରେ ବର୍ତମାନ ୭୨୫ ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସିତ ୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫୧ ଜଣ ଚିକିତ୍ସିତ ହେଉଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

Omkar Vasthu
Omkar Vasthu

ସେହିପରି ରାୟଗଡ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୦୧ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ୮୮.୪୬ ପ୍ରତିଶତ ରହିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୪୮ରେ ପଂହଚିଥିବା ବେଳେ ଏମାନଙ୍କ ପ୍ରତିଶତ ୧୧.୦୩ ହାର ରହିଛି ଏବଂ ୦.୫୨ ପ୍ରତିଶତରେ ୩୫ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଳା ପ୍ରଶାସନ ତରଫରୁ ସେପ୍ଟେମ୍ବର ମାସରେ ମଧ୍ୟ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇ ଜିଲ୍ଳାବାସୀଙ୍କୁ ସତର୍କ ଓ ସାବଧାନ ରହିବାକୁ ନିବେଦନ କରାଯାଇଥିଲେ ସୁଦ୍ଧା କରୋନା କଟକଣା କୋହଳ ଆଳରେ କୋଭିଡ-୧୯ ଗାଇଡଲାଇନକୁ ଅଣଦେଖା କରାଯାଉଥିବାରୁ ଏହି ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଅସଫଳ ହେଉଥିବା ନେଇ ବୁଦ୍ଧିଜୀବିମାନେ ଚର୍ଚ୍ଚା କରୁଛନ୍ତି । ଜିଲ୍ଳାକୁ କରୋନା ସଂକ୍ରମଣରୁ ମୁକ୍ତ କରିବାକୁ ହେଲେ କୋଭିଡ-୧୯ ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ପଡିବ ଏବଂ ଏଥିରେ ଜିଲ୍ଲାବାସୀଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ।

Pearl dental clinic
Near Ashish Medical Store, Bhawanipatna

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.