ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ସଂପ୍ରତି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି। ମୁଖ୍ୟକେନାଲରେ ସଂପ୍ରତି ଅମରି ସଫା କରାଯାଇଛି, କିନ୍ତୁ ଶାଖା କେନାଲ ଗୁଡିକରେ ଅନେକ ସ୍ଥାନରେ ନିୟମିତ ଭାବରେ କେନାଲ ସଫା କରାଯାଉ ନଥିବା ଦେଖାଯାଉଛି। କେନାଲ ଜଳସେଚନ କୁ ସଠିକ ଭାବେ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇଥିଲେହେଁ, ବିଭାଗୀୟ ବେପରୁଆ ମନୋଭାବ ଓ ପାଣିପାଞ୍ଚାୟତ ଗୁଡିକର ପ୍ରିୟାପ୍ରୀତି ତୋଷଣ ମନୋଭାବ ଯୋଗୁଁ ଚାଷୀ ମାନଙ୍କ ସମସ୍ୟା ବୃଦ୍ଧି ପାଉଛି। ଭତ୍ରା ଜୋର ଡାହାଣ ସବମାଇନର କେନାଲ ଏକନାଗୁଡା, ରଣପୁର, ତୁଳସୀପାଳି, କୁପା ଗାଁ, କୃଷ୍ଣପୁର, ମେରିଆବନ୍ଦଲି ଦେଇ ଜୁନାଗଡ଼ ପର୍ଯ୍ୟନ୍ତ ଯାଇଛି।
କୃଷ୍ଣପୁର ଗ୍ରାମ ସମ୍ମୁଖରେ ଥିବା କେନାଲ ପୋଲ ଭାଙ୍ଗିବା ଅବସ୍ଥାରେ ପହଂଚିଛି। ଗାଁ ପଟକୁ ପୋଲ-ରାସ୍ତା ମଝିରେ ମାଟି ଓ ପୋଲର ଅଂଶ ଭାଙ୍ଗି ଯାଇଥିଲା ବେଳେ, ମରାମତି ଅବା ନୂତନ ନିର୍ମାଣ ନ ହେବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟ ରାସ୍ତାରୁ ଏହି ପୋଲ ଦେଇ କୃଷ୍ଣପୁରକୁ ସିଧା ରାସ୍ତା ଥିବା ବେଳେ ଚାରି ଚକିଆ ଯାନବାହନ ଚଳାଚଳ ସ୍ବାଭାବିକ ହେଇ ପାରୁନାହିଁ।ଗ୍ରାମବାସୀ ତଥା ଅଂଚଳ ବାସୀ ଏ ବିଷୟରେ ଭିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।
ଜୁନାଗଡ଼ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in