ଲାଞ୍ଜିଗଡ଼: ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଜେନା (୭୬) ଆଜି ତାଙ୍କ ଲାଞ୍ଜିଗଡ଼ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟରେ ତାଙ୍କ ଶିକ୍ଷକତା ଜୀବନ ଆରମ୍ଭ କରି ଲାଞ୍ଜିଗଡ଼ରେ ହିଁ ଶେଷ ହୋଇଥିଲା। ସେ ଜଣେ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ଅନେକ ଗୁଡିଏ କଳା, ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ। ତାଙ୍କ ଅନ୍ତିମ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସ୍ବର୍ଗତ ଜେନାଙ୍କ ବିୟୋଗରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଞ୍ଚଳର ଜନସାଧାରଣ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in