କାର୍ଯ୍ୟରେ ଯୋଗଦେଲେ ନୂଆପଡାର ନୂତନ ଜିଲ୍ଲାପାଳ

ନୂଆପଡା: ଆଜି ମାଧ୍ୟାର୍ହ୍ନରେ ନୂଆପଡାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀମତୀ ସ୍ଵଧା ସିଂ ଦେବ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜ ଜିଲ୍ଲାରେ ଏଡିଏମ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀମତୀ ସିଂ ଦେବ ନୂଆପଡାରେ ଯୋଗଦାନ କରିବା ପରେ ବିଶେଷ ଭାବେ କୋଭିଡ୍ କଟକଣାକୁ ବଳବତ୍ତର ରଖିବା ସହ କ୍ଵାରେଣ୍ଟଇନ ସେଣ୍ଟର ଗୁଡିକୁ ଯାଇ ସ୍ଥିତି ପରଖି ଥିଲେ। ସନ୍ଧ୍ୟାରେ ଜିଲ୍ଲପାଳ ସମସ୍ତ ଅଧିକାରୀଙ୍କ ସହ ବୈଠକ କରି ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ନୂଆପଡା ଜିଲ୍ଲାରେ ବିଶେଷ ଭାବେ ଦାଦନ ଦମନ କରି ଜନସାଧାରଣଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପ୍ରୟାସ କରାଯିବ ଓ ଜୀବନ ଜୀବିକା ପାଇଁ ତଥା ସମାଜ କଲ୍ୟାଣ ପାଇଁ ଥିବା ସରକାରୀ ଯୋଜନା ସବୁ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.