ବନ୍ଦ ମନ୍ଦିରରେ ପୂଜାର୍ଚ୍ଚନା ନାମରେ ଗହଳି

ପଶୁବଳି ଓ ମୁଣ୍ଡନ ପାଇଁ ଲମ୍ବୁଛି ଲାଇନ, ପ୍ରଶାସନ ନୀରବଦ୍ରଷ୍ଠା

କୋଭିଡ-୧୯ ନିୟମକୁ ଖୋଲାଖୋଲି ଉଂଲଘନ କରୁଛନ୍ତି ପର୍ଯ୍ୟଟକ

ରାୟଗଡ: ଅଗଷ୍ଟରେ ଅନଲକ-୩ ଶେଷ ପରେ ସେପ୍ଟେମ୍ବର ମାସ ପାଇଁ ସରକାରଙ୍କ ତରଫରୁ ଘୋଷଣା ହେଲା ଅନଲକ-୪ । ଏହି ଅନଲକ-୪ରେ କରୋନା କଟକଣାରେ କିଛି ନିୟମକୁ କୋହଳ କରାଯାଇଥିବା ବେଳେ ଅନ୍ୟ କିଛି କଟକଣାକୁ ବଳବତର ରଖାଯିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ଚଳିତ ସେପ୍ଟେମ୍ବର ମାସର ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଳାର କୈାଣିସ ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବେ ନାହିଁ ଏବଂ ସ୍ଥାନଟି ବନ୍ଦ ରଖିବା ନିମନ୍ତେ କଟକଣା ବଳବତର ରଖାଯିବା ପାଇଁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୩୫୩/୧/୯/୨୦ରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା । ତେବେ ଅନଲକ -୪ରେ କଟକଣାରେ କୋହଳ ହେବା ପରେ ରାୟଗଡ ସହରର ଅଧିଷ୍ଠାତ୍ରୀ ପ୍ରସିଦ୍ଧ ଦେବୀ ମା ମଝିଘରିଆଣୀଙ୍କୁ ଦର୍ଶନ କରିବା ସହ ମୁଣ୍ଡନ ଓ ପଶୁବଳି କରିବା ପାଇଁ ମନ୍ଦିରରେ ପଡୋଶୀ ଜିଲ୍ଳାଗୁଡିକ ସମେତ ଆନ୍ଧ୍ର ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu


ଶତାଧିକ ପର୍ଯ୍ୟଟକଙ୍କ ଗହଳିରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଭଳି ଗୁରୁତ୍ୱପୂର୍ଣ୍ଣ କୋଭିଡ-୧୯ ଗାଇଡଲାଇନକୁ ଖୋଲାଖୋଲି ଭାବେ ଉଂଲଘନ କରାଯାଉଥିବା ପରିଲିକ୍ଷିତ ହୋଇଛି । ମନ୍ଦିର ଟ୍ରଷ୍ଟି ତରଫରୁ ମନ୍ଦିର ବନ୍ଦ କରାଯାଇଥିଲେ ସୁଦ୍ଧା ପର୍ଯ୍ୟଟକମାନେ ପାହାଚ ତଳେ ରହି ଦୀପଧୂପ ଦେଇ ପୂଜାର୍ଚ୍ଚନା କରୁଛନ୍ତି । ଏଥିସହ ମନ୍ଦିର ବେଢାରେ ମୁଣ୍ଡନ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଥିବାରୁ ମନ୍ଦିର ନିକଟସ୍ଥ କିଆଝୋଲା ରାସ୍ତାରେ କିଛି ସ୍ଥାନୀୟ ବାରିକମାନେ ପର୍ଯ୍ୟଟକମାନଙ୍କୁ ମୁଣ୍ଡନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏତେ ସଂଖ୍ୟକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସୁଥିବାର ସୂଚନା ଜିଲ୍ଳା ଓ ପୋଲିସ ପ୍ରଶାସନ ପାଖେ ପଂହଚିଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କୋଭିଡ-୧୯ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ରାୟଗଡ ସହରରେ ପ୍ରତ୍ୟେକ ଦିନ ଗଣତି ହେଉଥିବା ବେଳେ ଅମାନିଆ ପର୍ଯ୍ୟଟକଙ୍କ ଖୁଲମଖୁଲା ବୁଲିବା ସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଅଣଦେଖା କରିବା ରାୟଗଡ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମା ମଝିଘରିଆଣୀ ମନ୍ଦିର ଅଂଚଳରେ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନେ କୁକୁଡା, ଛେଳି ଆଦି ପଶୁବଳି ବିନା ଭୟରେ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷେ ମନ୍ଦିର ବେଢାରେ ପର୍ଯ୍ୟଟକଙ୍କ ଭିଡକୁ ନେଇ ବ୍ୟବସ୍ଥା ଉପରେ ମନ୍ଦିର ଟ୍ରଷ୍ଟିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.