ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର 

ପୋଲିସର ଛାନ ବିନ ଜାରି

ନୂଆପଡା: ଆଜି ସକାଳୁ ଝିଲମିଲା – ରତିପାଳି ରାସ୍ତା କଡ଼ରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଗାଁ ଲୋକେ ଦେଖିବାକୁ ପାଇଥିଲେ। ଗାଁ ଲୋକେ ଏ ନେଇ ସାଙ୍ଗେ ସାଙ୍ଗେ ନୂଆପଡା ପୋଲିସକୁ ଖବର ଦେଇ ଥିଲେ। ଖବର ପାଇ ନୂଆପଡା ପୋଲିସ ତୁରନ୍ତ ଘଟଣା ସ୍ଥଳ କୁ ଯାଇ ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା।

ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ, ଉକ୍ତ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଧରମବନ୍ଧା ଥାନା ଅନ୍ତର୍ଗତ ଟିପାଝର ଗାଁର ସ୍ବର୍ଗତ ଜଗବନ୍ଧୁ ଶବରଙ୍କ ପୁଅ ଦବଙ୍ଗ ଶବର (୩୮) ବୋଲି। ତେବେ ମୃତ ଦବଙ୍ଗ ଶବରଙ୍କ ହାତ ଓ ଗୋଡ ବାନ୍ଧି ମାଡ ମାରି ଥିବା ଅନେକ କ୍ଷତ ସ୍ଥାନ ଥିବା ଜଣା ପଡୁଛି। ତେବେ କେଉଁ କାରଣରୁ ଦବଙ୍ଗକୁ ମାଡ ମାରି ହତ୍ୟା କରା ଯାଇଛି ତାହା ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ପୋଲିସ ପ୍ରକାଶ କରିଛି। କିନ୍ତୁ ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ମୃତ ଦବଙ୍ଗଙ୍କ ଗାଁରୁ ୭ ଜଣ ଅଭିଯୁକ୍ତ ବାଘକୁ ମାରିଥିବା ଘଟଣାକୁ ନେଇ ନୂଆପଡା ବନ ବିଭାଗ ଗିରଫ କରିଛି। ତେବେ ମୃତ ଦବଙ୍ଗଙ୍କ ମୃତ୍ୟୁକୁ ନେଇ ତାଙ୍କ ଗାଁର ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖି ଥିବା ଏସ.ଡି.ପି.ଓ ପ୍ରଶାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.