ଅସହାୟ ବାପା ମା’ ଛେଉଣ୍ଡ ପୁଅ ଝିଅଙ୍କ ପାଖକୁ ପହଞ୍ଚିଲେ ଯାଦବ ସମାଜ କାର୍ଯ୍ୟକର୍ତ୍ତା

ଧର୍ମଗଡ: ମା’ ସେକୁନ୍ଦା ଜୁଏଡ ଆରପାରିକୁ ଚାଲିଯିବାର ଦୁଇ ବର୍ଷ ପରେ ବାପା ନେପାଳ ଜୁଏଡ ମଧ୍ୟ ଆଖି ବୁଜିଲେ। ଆଜି ତାଙ୍କର ଦଶାହ କାର୍ଯ୍ୟ ଥିଲା। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବାବେଳେ ବଡ଼ ଝିଅଙ୍କୁ ବାହାକରି ଦେଇଛନ୍ତି। ବର୍ତମାନ ୧୭ ବର୍ଷର ଝିଅ ରେଣୁକା ଓ ୮ ବର୍ଷର ପୁଅ ଉପେନ୍ଦ୍ର ମାଁ ବାପାଙ୍କୁ ହରାଇ ଅସହାୟ ହୋଇ ପଡିଛନ୍ତି। ଏପରି ସମୟରେ ବେହେରା ଆଞ୍ଚଳିକ ଯାଦବ ସମିତି ଓ ସ୍ଥାନୀୟ ସରପଞ୍ଚ ଏହି ଅସହାୟ ପରିବାର ପାଖକୁ ପହଞ୍ଚି କିଛି ରାସନ ସାମଗ୍ରୀ ଓ ପୁଅ ଝିଅଙ୍କୁ ପୋଷାକ ଏବଂ କିଛି ଆର୍ଥିକ ସହଯୋଗ ଯୋଗାଇ ଦେଇଛନ୍ତି। ସହାୟତା ପ୍ରଦାନ ସମୟରେ ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଯୁଏଡ଼, ବେହେରା ଆଞ୍ଚଳିକ ଯାଦବ ସମିତି ସଭାପତି ଗୌରୀଶଙ୍କର ଗୋପାଳ, ସମ୍ପାଦକ ହୁକୁମ ଚନ୍ଦ୍ର ଭଇଁସାଲ, ସମାଜସେବୀ ଦୈତାରୀ ବାଗ, ଗୋଲାପ ବାଗ ପ୍ରମୂଖ ଉପସ୍ଥିତ ଥିଲେ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.