କଳାହାଣ୍ଡି ପୋଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

● ସଂଗୃହୀତ ହେଲା ୫୧ ୟୁନିଟ ରକ୍ତ

ଧର୍ମଗଡ/ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଗୋଳାମୁଣ୍ଡା ଥାନା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ହୋଇଥିବା ଏହି ରକ୍ତଦାନ ଶିବିରରେ ଶକ୍ତି, ଶିଳ୍ପ, ଏମ.ଏସ.ଏମ.ଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ରକ୍ତଦାତା ଓ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ। ଧର୍ମଗଡ଼ ଏସ.ଡି.ପି.ଓ. ନାରାୟଣ ନାୟକ, ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଲ ଶବର, ଗୋଳାମୁଣ୍ଡା ବ୍ଲକ ଅଦ୍ଧକ୍ଷ ତୁଲେଶ୍ୱର ନାଏକ, ବିଶିଷ୍ଟ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, କୃଷକ ନେତା ସାଉଲ ମଙ୍ଗରାଜ ପ୍ରମୁଖ ଗୁରୁ ଦାଇତ୍ୱ ବହନ କରିଥିଲେ ।

ଶିବିରରେ ସୋସିଆଲ ଆକ୍ଟିଭିଷ୍ଟ ଅପ କଳାହାଣ୍ଡି, ଏସ.ଭି.ୟାଇ.ଏସ. ଗୋଳାମୁଣ୍ଡାର ସଦସ୍ୟ ଉପସ୍ଥିତ ରହିବା ସହ ଅନେକ ସମାଜସେବୀ ଏହି ମହତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ । ଚପ୍ରିୟା ଡାକ୍ତରଖାନାର ଅନେକ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.