ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଯୋଦ୍ଧା ଏଏସଆଇ ଶିଶିର ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି

କଟକ: କଟକ ସଦର ଉପକଣ୍ଠ ଯଶପଡା ପଂଚାୟତର ବରପୁତ୍ର କରୋନା ଯୋଦ୍ଧା ଓଡ଼ିଶା ପ୍ରଶାସନ ବିଭାଗରେ ଖଣ୍ଡଗିରି ଥାନାରେ ଏଏସଆଇ ଭାବେ କର୍ତ୍ତବ୍ୟରତ ଶିଶିର କୁମାର ସେଠୀଙ୍କ କରୋନା ମହାମାରୀରେ ପୀଡିତ ହୋଇ ମୃତ୍ୟୁ ଘଟିଛି। ସେହି କରୋନା ଯୋଦ୍ଧାଙ୍କ ଏକାଦଶାହ ତିଥିରେ କରୋନା କଟକଣା ପାଳନ ପୂର୍ବକ ଏକ ଶୋକସଭା କୋଟୁଆଁ ଖେଳପଡିଆଠାରେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ପକ୍ଷରୁ କୃଷକନେତା ଦେବୀପ୍ରସାଦ ପତି, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଚନ୍ଦ୍ରଶେଖର ମଲ୍ଲିକ, ସୁଦର୍ଶନ ଜେନା, ବିଶ୍ୱରଂଜନ ସେଠୀ, ଲଷ୍ମୀଧର ଜେନା, ରବୀନ୍ଦ୍ର ପାତ୍ର, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ରବୀନ୍ଦ୍ର ବେହେରା, ମାନସ ମହାନ୍ତି, ସୁଧାଂଶୁ ପଣ୍ଡା, ହରେକୃଷ୍ଣ ବେହେରା, ସନ୍ତୋଷ ଭୋଇ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମର ସ୍ମୃତିଚାରଣ କରିବା ସହ ସଦଗତି ପାର୍ଥନା କରିଛନ୍ତି। ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କରୋନା ଯୋଦ୍ଧା ଅମର ଆତ୍ମା ଶିଶିର ସେଠୀ ଆମ ଆଦର୍ଶ, ତାଙ୍କ ବଳିଦାନ ଆମ ସମୟର ଗର୍ଵ ଆଉ ଗୌରବ ବୋଲି ଶୋକବାର୍ତ୍ତାରେ ଜଣାଇବା ସହ ସ୍ବର୍ଗତ ସେଠୀଙ୍କ ପରିବାର ଏବଂ ତାଙ୍କ ବଡଭାଇ ଶଙ୍କର ସେଠୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.