କମର୍ଦ୍ଧା ଗ୍ରାମପଞ୍ଚାୟତରେ ସ୍କ୍ରିନିଂ ଓ ଟେଷ୍ଟିଂ ସମ୍ପନ୍ନ

ଲାଞ୍ଜିଗଡ: ବ୍ଲକର କମର୍ଦ୍ଧା ଗ୍ରାମ ପଞ୍ଚାୟତରେ କୋଭିଡ୍-୧୯ର ସ୍କ୍ରନିଂ ଓ ଟେଷ୍ଟିଙ୍ଗ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପନ୍ନ ହୋଇଯାଇଛି । ପଞ୍ଚାୟତର ୧୭ଟି ଗ୍ରାମ କମର୍ଦ୍ଧା, ଉଲିଗୁଞ୍ଜେର, କୁଟୁରୀମୁଡି, ଗନ୍ଧର ବାରୁ, ମୁଣ୍ଡାଗାଁ, ମାସ୍କାଗୁଡ଼ା, ପିପଲ ପଡା, ମଡାଙ୍ଗଘାଟି, କୁରୁଲୁଭଟା, ଟୁରି ବକଟି, ଧାମନ କଟା, ଓ ଅନାଜୋର ଗ୍ରାମର ୧୧୩୩ଟି ପରିବାରର ସମୁଦାୟ ୪୫୩୮ ଜଣଙ୍କର ପରୀକ୍ଷା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ ଜଣ ଶିକ୍ଷକ, ୧୦ ଜଣ ଅଙ୍ଗନଓ୍ବାଡି କର୍ମୀ, ୩ ଜଣ ଆଶା କର୍ମୀ, ୩ ଜଣ ଏଏନ୍ଏମ୍, ଜଣେ ନୋଡାଲ ଅଫିସର, କମର୍ଦ୍ଧା ଆର୍ ଆଇ ଗଣେଶ୍ୱର ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୈରାଙ୍ଗ ମାଝୀ, ଲେପ୍ରେସି ସୁପରଭାଇଜର ଦିବାକର ପ୍ରଧାନ ତଥା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଲାଞ୍ଜିଗଡ ତହସିଲଦାର ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନ୍ନାଙ୍ଗା ନିୟୋଜିତ ହୋଇଥିଲେ ।

ଶିକ୍ଷକ ମାନଙ୍କ ମଧ୍ୟରୁ ବିଭୁତି ଭୂଷଣ ହରିଜନ, ନିରାକାର ସାହୁ, ଝସକେତନ ବୁଦ୍ଧିଆ, ଭବାନୀ ଶଙ୍କର ବାରିକ, ପ୍ରମୋଦ କୁମାର ସାହୁ, ପ୍ରକାଶ ଚନ୍ଦ୍ର ପଧାନ, ତୁଳସୀ ରାମ ପଧାନ, ଭିକାରି ହରିଜନ, ବିଷ୍ଣୁ ନାରାୟଣ ଭଞ୍ଜ, ଭୋଦେବ ନିଆଲ ତଥା ଶିକ୍ଷୟିତ୍ରୀ ସୌଦାମିନୀ ପଧାନ, ନିରୁପମା ସାହୁ, ସଂଗୀତା ମିଶ୍ର, ଅଙ୍ଗନବାଡି କର୍ମୀ ଉକିଆ ଝାଙ୍କର, ହୀରାମଣି ସମଦ, ଶ୍ରୀଦେବୀ ମାଝୀ, ପ୍ରମୋଦଦିନି ବୁଦ୍ଧିଆ, ଉର୍ମିଳା ହରିଜନ, ମହରୋଗି ଭୋଇ, ମଞ୍ଜୁ ପନ୍ଦର, ଡାଳିମ୍ବ ପ୍ରଧାନୀ, ବିଜୁଳି ଧାରୁଆ, ଶ୍ରୀମତୀ ଭୋଇ, ଆଶା କର୍ମୀ ଚମ୍ପା କୁମାର, ରତନି ଛତ୍ରିଆ, ପିଙ୍କି ନାଗ, ସଚଲା ବାଗ, ଏଏନ୍ଏମ୍ ଦେବକୀ ପଧାନ, ଜିମିତା ବିଶ୍ଵାଳ, ଭବାନୀ ମହାରଣା ନିୟୋଜିତ ହଇଥିଲେ । ଏହି ପରୀକ୍ଷା ସମୟରେ ଜଣେ ମଧ୍ୟ ପଜିଟିଭ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହୋଇନଥିବାରୁ ପଞ୍ଚାୟତବାସୀ ଆଶ୍ୱସ୍ତ ହୋଇଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.