ହିନ୍ଦୀ ଭାଷା ମାଧ୍ୟମରେ ରାଷ୍ଟ୍ରିୟ ଏକତା ଓ ଅଖଣ୍ଡତା ବଜାୟ ରହିବା ସହିତ ଭାତୃଭାବ ଦୃଢ଼ ହୋଇପାରିବ

ଲାଞ୍ଜିଗଡ: ହିନ୍ଦୀ ଆମର ରାଷ୍ଟ୍ର ଭାଷା ହୋଇଥିବାରୁ ସମସ୍ତ ଭାରତୀୟ ହିନ୍ଦୀ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଏବଂ ହିନ୍ଦୀ ଭାଷାର ବିଶ୍ୱ ବ୍ୟାପି ପ୍ରଚାର ପ୍ରସାର କରିବା ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ ବୋଲି ଡ଼କ୍ଟର ଭୀମ ରାଓ ଆମ୍ବେଦକର କ୍ଳବ୍ ର ସଭାପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ତାଣ୍ଡି ମୁଣ୍ଡାଗାଁ ଠାରେ ହିନ୍ଦୀ ସପ୍ତାହ ପାଳନ ଅବସରରେ ମତ ପ୍ରକାଶ କରିଛନ୍ତି। ଆଗକୁ ଶ୍ରୀଯୁକ୍ତ ତାଣ୍ଡି କହିଲେ କି, ହିନ୍ଦୀ ଭାଷା ମାଧ୍ୟମରେ ରାଷ୍ଟ୍ରିୟ ଏକତା ଓ ଅଖଣ୍ଡତା ବଜାୟ ରହିବା ସହିତ ଜାତୀୟ ଭାତୃଭାବ ଦୃଢ଼ ହେବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁ ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଡ଼କ୍ଟର ଭୀମ ରାଓ ଆମ୍ବେଦକର କ୍ଳବ୍ ଏବଂ ରାଧା କୃଷ୍ଣ ଯୁବକ ସଙ୍ଘର ମିଳିତ ଆନୁକୁଲ୍ୟରେ ହିନ୍ଦୀ ସପ୍ତାହ ପାଳନ ହୋଇଯାଇଛି। ଏଥିରେ କମର୍ଦ୍ଧା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କାନ୍ତି ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଡ଼କ୍ଟର ଭୀମ ରାଓ ଆମ୍ବେଦକର କ୍ଳବର ସଭାପତି ବିଭୁତି ଭୂଷଣ ତାଣ୍ଡି ଓ ରାଧାକୃଷ୍ଣ ଯୁବକ ସଙ୍ଘର ସଭାପତି ତଥା କମର୍ଦ୍ଧା ପଞ୍ଚାୟତ ବିଜେଡି ଯୁବ ସଭାପତି ବିରାଜ ପନ୍ଦର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମଟିକୁ ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ ଲାଞ୍ଜିଗଡ ଶ୍ରୀ ସାମନ୍ତ ମାଝୀ ପରିଚାଳନା କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ପ୍ରକାଶ କରିଥିଲେ ଯେ, ହିନ୍ଦୀ ଭାଷା ବିନା ଆମେ ଅନ୍ୟ ରାଜ୍ୟରେ ନିଜର ଭାବ ପ୍ରକାଶ କରିବାରେ ସକ୍ଷମ ହେବା ନାହିଁ, ତେଣୁ ହିନ୍ଦୀ ଭାଷା ଜାଣିବା ଅତ୍ୟନ୍ତ ଜରୁରୀ ବୋଲି ସରପଞ୍ଚ ଶ୍ରୀମତୀ କାନ୍ତି ପାତ୍ର କହିଥିଲେ । ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ ଶ୍ରୀଯୁକ୍ତ ସାମନ୍ତ ମାଝୀ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ l ଏହି ଅବସରରେ ‘ହିନ୍ଦୀ ସପ୍ତାହ’ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବିଭୁତି ଭୂଷଣ ତାଣ୍ଡି ପ୍ରଥମ, ସାହିଲ ତାଣ୍ଡି ଦ୍ୱିତୀୟ, ରାଧେଶ୍ୟାମ ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ ଜଣ ଯୁବକ ମାନେ ଭାଗ ନେଇଥିଲେ । ଶେଷରେ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.