ସଂଘକୁ ମଜଭୁତ କରିବା ଉପରେ ଗୁରୁତ୍ବାରୋପ
କଳାହାଣ୍ଡି/ନର୍ଲା (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ଛକ ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘ କଳାହାଣ୍ଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ସଂଘର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ କର୍ଲାମୁଣ୍ଡା, ମ.ରାମପୁର, କେସିଙ୍ଗା, ନର୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଉକ୍ତ ବୈଠକ ଆୟୋଜିତ ହେଇଥିଲା । ଏଥିରେ ଶ୍ରୀଯୁକ୍ତ ଦାସ ସାମ୍ବାଦିକ ମାନଙ୍କର ମୂଳ ଲକ୍ଷ୍ୟ ଓ ସଂଘ କିପରି ସୁଚାରୁ ରୁପେ ଚାଲିବ ସେ ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ନବୀନ କିଶୋର ସାହୁ କହିଥିଲେ ଯେ, ସାମ୍ବାଦିକତା ଏକ ସମାଜସେବା ଏବଂ ସମସ୍ତେ ମିଶି କାମ କଲେ ନିଶ୍ଚିତ ଭାବରେ ସଂଘକୁ ମଜବୁତ କରିପାରିବା।
ଏଥିରେ କୁଞ୍ଜ ସାହୁ, କାହ୍ନୁ ଚରଣ ସାହୁ, ସନ୍ତୋଷ ବାରିକ, ଖଗେଶ୍ୱର କୁମାର, ହିରୋଜ ସାହୁ, ଗୋପବନ୍ଧୁ ସାହୁ, ଦୁର୍ଯ୍ୟୋଧନ ସାହୁ, ଉମାଶଙ୍କର ମିଶ୍ର, ଭାଗିରଥି ବାରିକ, ଧନୁର୍ଯ୍ୟ ସାହୁ, ଗୋକୁଳ ସାହୁ, ଚିନ୍ମୟ ସାହୁ, କ୍ଷିରୋଦ୍ର ସାହୁ, କ୍ଷିରମଣୀ ସାହୁ, ବାଲକୁମର ସାହୁ, ଭିଷ୍ମ ସାହୁ, ହ୍ରୁଦାନନ୍ଦ ସାହୁ, ଆନନ୍ଦ ନାଗ, ଜିତୁ ସାହୁ, ସୁର୍ଦଶନ ସାହୁ, ନରୋତ୍ତମ ପାୟାସି, ଝସକେତନ ସାହୁ ପ୍ରମୁଖ ଯୋଗଦେଇଥିଲେ ।
Click here to get 24×7 News & Views alerts
https://facebook.com/odiabarta