କୃଷକ ପରାମର୍ଶଦାତା ମନୋନୟନ

ଜିଲ୍ଲା କୃଷକ ପରାମର୍ଶଦାତା କମିଟି ପାଇଁ ମନୋନିତ ହେଲେ ଟିକମନ ଯାଦବ

କୋକସରା/ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୃଷକ ପରାମର୍ଶଦାତା କମିଟି ପାଇଁ ମନୋନିତ ହୋଇଛନ୍ତି ଧର୍ମଗଡର ବିଶିଷ୍ଟ ସଂଗଠକ ଟିକମନ ଯାଦବ। କୃଷି କ୍ଷେତ୍ରରେ ଚାଷୀଙ୍କ ଉନ୍ନତି ଓ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାକୁ ସମସ୍ତ କୃଷକଙ୍କୁ ଅବଗତ କରି ଚାଷୀଙ୍କୁ ସୁଦୃଢ କରିବା ଲକ୍ଷନେଇ ସୋମବାର ଆତ୍ମା ପକ୍ଷରୁ ଧର୍ମଗଡ଼ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହ ଠାରେ ଏକ ସଭା ଆୟୋଜିତ ହୋଇଥିଲା।

ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଗୋଷ୍ଠୀ କୃଷି ଅଧିକାରୀ ନୀଳକଣ୍ଠ ମେହେରଙ୍କ ଆବାହନ କ୍ରମେ ଗୋଷ୍ଠୀ ପଶୁସମ୍ପଦ ଅଧିକାରୀ ଡ଼ା. ଆଭା ମଞ୍ଜରୀ ନାୟକ, ସହକାରୀ କୃଷି ଅଧିକାରୀ ହେମାନନ୍ଦ ମାଝୀ ପ୍ରସୂତି ଉପସ୍ଥିତ ଥିଲେ। ଗୋଷ୍ଠୀ ବୈଷୟିକ ପରିଚାଳକ ଦେବାଶିଷ ଚାନ୍ଦ ସଭା ପରିଚାଳନା କରିଥିଲେ। ଉକ୍ତ ସଭାରେ ସମସ୍ତଙ୍କ ସହମତି କ୍ରମେ ଧର୍ମଗଡ଼ କୃଷି ଜିଲ୍ଲା ପାଇଁ ଟିକମନ ଯାଦବଙ୍କୁ କଳାହାଣ୍ଡି ଜିଲ୍ଲା କୃଷକ ପରାମର୍ଶଦାତା କମିଟି ପାଇଁ ମନୋନୀତ କରାଯାଇଛି। ଏହି ନୂତନ ପଦବୀ ପାଇବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.