ରାୟଗଡ: ସେପ୍ଟେ୍ମ୍ବର ମାସରେ ରାୟଗଡ ଜିଲ୍ଳାରେ ମହାମାରୀ କରୋନା ସଂକ୍ରମଣ ଉଦବେଗଜନକ ରହିଛି । କୋଭିଡ-୧୯ଭୂତାଣୁ ସଂକ୍ରମଣରେ ରାୟଗଡ ଜିଲ୍ଳାରେ ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ୭୪୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି । ପୁଣି ମଙ୍ଗଳବାର ଦିନ ୪୧ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୪ ଜଣ ପୁରୁଷ ଓ ୧୭ଜଣ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ୧୮ ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଥିବା ବେଳେ ଆଇଏଲଆଇ/ସାରି ଲକ୍ଷଣରୁ ୧୫ ଜଣ ଏବଂ ହୋମ କ୍ୱାରେନଟାଇନରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାର କାଶିପୁର ବ୍ଳକରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋଲନରାରୁ ୧୪ ଓ ରାୟଗଡ ଗ୍ରାମାଂଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଣପୁର ଓ ରାୟଗଡ ସହରାଂଚଳରୁ ୨ଜଣ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ବିଷମକଟକର,ଗୁଣପର ଗ୍ରାମାଂଚଳ ଓ ପଦ୍ମପୁର ବ୍ଳକରୁ ଜଣେ ଲେଖାଁଏ ମୋଟ ୪୧ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ କରୋନା ଯୋଦ୍ଧା ମଙ୍ଗଳବାର ଦିନ ଚିହ୍ନଟ ହେବା ପରେ ଜିଲ୍ଳାରେ ବର୍ତମାନ ୭୮୦ ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୮୪.୨୩ ପ୍ରତିଶତ ସୁସ୍ଥତା ହାରରେ ୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫.୨୬ ପ୍ରତିଶତ ସକ୍ରିୟ ହାରରେ ୧୧୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୬୧ ପ୍ରତିଶତ ମୃତ୍ୟୁ ହାରରେ ୪ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଥିବା ନେଇ ପ୍ରଶାସନ ସୂଚନା ଦେଇଛି । ସେହିପରି ଜିଲ୍ଳାରେ ୬୮୬୯ଜଣ ପଜିଟିଭ୍ ରୋଗୀ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ବେଳ ସୁସ୍ଥତା ହାର ୯୨.୪୨ ପ୍ରତିଶତ ରହିଥିବା ବେଳେ ୭.୦୮ ପ୍ରତିଶତ ହାରରେ ସକ୍ରିୟ ୫୨୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୫୦ ପ୍ରତିଶତ ମୃତ୍ୟୁ ହାରରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି ।
ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in